ନୟାଗଡ: ସଡକ ଦୁର୍ଘଟଣାରେ ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି l ସୂଚନା ଅନୁସାରେ, ଦଶପଲ୍ଲା ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ବିପରୀତ ଦିଗରୁ ଆସିଥିବା ଏକ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା l ଦୃତ ଗତିରେ ଆସୁଥିବା ବୋଲେରୋ ଟ୍ରାକ୍ଟରକୁ ଧକ୍କା ଦେବାରୁ ଟ୍ରାକ୍ଟରଟି ଦୁଇ ଖଣ୍ଡ ହୋଇଯାଇଥିଲା l
ବୋଲେରୋ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, 2 ଡ୍ରାଇଭର ଗୁରୁତର - road accident
ନୟାଗଡରେ ସଡକ ଦୁର୍ଘଟଣା । ବୋଲେରୋ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁଇ ଡ୍ରାଇଭର ଗୁରୁତର । ଅଧିକ ପଢନ୍ତୁ...

ବୋଲୋରୋ ଟ୍ରାକ୍ଟର ଧକ୍କା : 2 ଡ୍ରାଇଭର ଗୁରୁତର
ଅନ୍ୟପକ୍ଷରେ ବୋଲେରୋଟି ମଧ୍ୟ 50 ମିଟର ଦୂରରେ ଏକ ବିଲକୁ ଛିଟକି ପଡିଥିଲା । ତେବେ, ଏଥିରେ 2ଟି ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟ୍ରାକ୍ଟର ଡ୍ରାଇଭର ସିଲୁ ପାଣ୍ଡିଆ ଅବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Oct 6, 2020, 11:17 AM IST