ନୟାଗଡ଼: ରଣପୁର ତହସିଲ ପକ୍ଷରୁ ରଣପୁର ରାଜସ୍ବ ରଥର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ତଥା ରାଜସ୍ବ ବିପର୍ଯ୍ୟୟ ପରିଚାଳନା ୫‘ଟି’ ଅଧୀନରେ ଥିବା ସମୟସୀମା ମଧ୍ୟରେ ଜନସାଧାରଣଙ୍କୁ ଜନକଲ୍ୟାଣ ଯୋଜନାଗୁଡିକ ହାତ ପାହାନ୍ତାରେ ପହଞ୍ଚିବା ହେଉଛି ସରକାରଙ୍କ ମୂଳଲକ୍ଷ୍ୟ। ପ୍ରଥମ ଦିନରେ ୪୧ ଜଣଙ୍କୁ ପଟ୍ଟା ଓ ୧୧ ଜଣଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଛି।
ସରକାରୀ କାର୍ଯ୍ୟାଳୟ ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗାଯୋଗ ହ୍ରାସ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଦିଆ ଯାଉଥିବା ଦାଖଲ ଖାରଜ ଓ ପ୍ରମାଣପତ୍ର କାଗଜ ଗୁଡିକ ସମ୍ପୂର୍ଣ ଭାବେ ଅନଲାଇନରେ କାର୍ଯ୍ୟ କରାଯାଉଛି । ଯେଉଁଠାରେ ଡିଜିଟାଲ ଓ ଇଣ୍ଟରନେଟ ସୁବିଧା ନାହିଁ ସେମାନେ ତହସିଲ କାର୍ଯ୍ୟାଳୟ ଓ ମୋ ସେବା କେନ୍ଦ୍ରକୁ ଆସିଥାନ୍ତି । ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ନାଗରିକଙ୍କୁ ଅଫିସ କାର୍ଯ୍ୟାଳୟକୁ ଆସିବା ସମ୍ପୂର୍ଣ ଭାବେ ବାରଣ କରାଯାଇଛି । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କୋଭିଡ୍ କଟକଣା ସମୟରେ ନାଗରିକଙ୍କୁ ନିରବଛିନ୍ନ ଭାବେ ରାଜସ୍ବ ସେବା ଯୋଗଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରଣପୁର ତହସିଲ ପକ୍ଷରୁ ରାଜସ୍ବ ରଥର ଶୁଭାରମ୍ଭ କରାଯାଇଛି । ରଣପୁର ବ୍ଲକର ପ୍ରଥମ ଦିନରେ ୪୧ ଜଣ ହିତାଧିକାରୀଙ୍କୁ ପଟ୍ଟା ଓ ୧୧ ଜଣ ହିତାଧିକରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଛି।