ନୟାଗଡ଼: କୋରୋନାରେ ଆକ୍ରାନ୍ତ ହେଲେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟନାରାୟଣ ପ୍ରଧାନ । ତେବେ ସେ ମହାମାରୀ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛ ମାନେ । ନୟାଗଡ଼ ଜିଲ୍ଲାର ବିଭିନ୍ନ ମନ୍ଦିରରେ ତାଙ୍କର ଆରୋଗ୍ୟ କାମନା କରି ଦୀପ ଦାନ କରାଯାଇଛି l
ରଣପୁର ବିଧାୟକ କୋରୋନା ଆକ୍ରାନ୍ତ, ଦୀପ ଦାନ କଲେ ଶୁଭେଚ୍ଛୁ - Ranpur MLA
କୋରୋନାରେ ଆକ୍ରାନ୍ତ ହେଲେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟନାରାୟଣ ପ୍ରଧାନ । ତେବେ ସେ ମହାମାରୀ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁମାନେ । ଅଧିକ ପଢନ୍ତୁ...
![ରଣପୁର ବିଧାୟକ କୋରୋନା ଆକ୍ରାନ୍ତ, ଦୀପ ଦାନ କଲେ ଶୁଭେଚ୍ଛୁ Ranpur MLA has infected in corona: local people wishing for his speedy recovery](https://etvbharatimages.akamaized.net/etvbharat/prod-images/768-512-8877933-thumbnail-3x2-nayagad.jpg)
ରଣପୁର ବିଧାୟକଙ୍କୁ କୋରୋନା : ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କଲେ ଶୁଭେଚ୍ଛୁ
ରଣପୁର ବିଧାୟକଙ୍କୁ କୋରୋନା : ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କଲେ ଶୁଭେଚ୍ଛୁ
ଗତକାଲି ସନ୍ଧ୍ୟାରେ ରଣପୁର ବ୍ଲକ ରାଜସୁନାଖଳା ମା’ ଦକ୍ଷିଣକାଳୀ ମନ୍ଦିରରେ ରାଜସୁନାଖଳା ଗ୍ରାମବାସୀ ସମୂହ ଦୀପ ଦାନ କରିଛନ୍ତି l ସେହିପରି ବିନୋଦପଡ଼ା, କୁଳାସର ରଣପୁର, ଚାନ୍ଦପୁର ଆଦି ସ୍ଥାନରେ ଥିବା ମନ୍ଦିରରେ ମଧ୍ୟ ଦୀପଦାନ କରାଯାଇଛି l ଜଣେ ଲୋକପ୍ରିୟ ବିଧାୟକ ଭାବେ ପରିଚିତ ସତ୍ୟନାରାୟଣ ପ୍ରଧାନଙ୍କ ଆରୋଗ୍ୟ କାମନା କରି ଠାକୁରଙ୍କୁ ପ୍ରାର୍ଥନା କରିଥିଲେ ନୟାଗଡ଼ବାସୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ