ଓଡିଶା

odisha

ETV Bharat / state

ରାଜସୁନାଖଳା ମହୋତ୍ସବ ହେବା ନେଇ ଫିଟିଲା ବାଟ, ଆସନ୍ତା ୮ରୁ ହେବ ଆରମ୍ଭ - ରାଜସୁନାଖଳା ମହୋତ୍ସବ ହେବା ନେଇ ଫିଟିଲା ବାଟ

ରାଜସୁନାଖଳା ମହୋତ୍ସବ ହେବା ନେଇ ଫିଟିଲା ବାଟ । ଆସନ୍ତା ଡିସେମ୍ବର 8 ରୁ 12 ହେଵ ରାଜସୁନାଖଳା ମହୋତ୍ସଵ । ଅଧିକ ପଢନ୍ତୁ

ରାଜସୁନାଖଳା ମହୋତ୍ସବ
ରାଜସୁନାଖଳା ମହୋତ୍ସବ

By

Published : Nov 23, 2022, 2:25 PM IST

ନୟାଗଡ଼: ନିର୍ଦ୍ଧାରିତ ତାରିଖରେ ରାଜସୁନାଖଳା ମହୋତ୍ସବ ହେବା ନେଇ ଫିଟିଲା ବାଟ । ମହୋତ୍ସବକୁ ବନ୍ଦ ନେଇ କେତେକ ଲୋକ କରିଥିବା ଅଭିଯୋଗ ଉପରୁ ହଟିଲା ପରଦା l ଫସର ଫାଟିଲା କୁଚକ୍ରାନ୍ତକାରୀଙ୍କ ଯୋଜନା l ମହୋତ୍ସବ ଅନୁଷ୍ଠିତ ହେବାନେଇ ସ୍ପଷ୍ଟୀକରଣ ଦେଲେ ମହୋତ୍ସବ କମିଟି ଅଧକ୍ଷ ଏବଂ ସମ୍ପାଦକ । ଆସନ୍ତା ଡିସେମ୍ବର 8 ରୁ 12 ହେଵ ରାଜସୁନାଖଳା ମହୋତ୍ସଵ ।

ରାଜସୁନାଖଳା ମହୋତ୍ସବ

ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ଅଞ୍ଚଳ ଭାବେ ପରିଚିତ ରାଜସୁନାଖଳାରେ ଏବର୍ଷ ଚତୁର୍ଥ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ରାଜସୁନାଖଳା ମହୋତ୍ସବ "କାଉଁରୀ"। ଏଥିଲାଗି ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର ୮ ତାରିଖରୁ ୧୨ ପର୍ଯ୍ୟନ୍ତ ଚାଲିବା ନେଇ ପ୍ରସ୍ତୁତି ଜାରି ରଖିଛି ମହୋତ୍ସବ କମିଟି । କିନ୍ତୁ ସ୍ଥାନୀୟ ଅଞ୍ଚଳର କେତେକ ଗୋଷ୍ଠୀ ମହୋତ୍ସବ ବନ୍ଦ ପାଇଁ ଜାଲ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ । ଦସ୍ତଖତ ଦେଇଥିବା ବ୍ୟକ୍ତି ବିଶେଷ ତାଙ୍କର ଦସ୍ତଖତ ଜାଲ ହୋଇଥିବାର ଅଭିଯୋଗ ଥାନାରେ କରିଥିଲେ । ଯାହା ଫଳରେ ଏବେ ମହୋତ୍ସବ ହେବା ନେଇ ବାଟ ଫିଟିଛି । ରାଜସୁନାଖଳା ଅଞ୍ଚଳର ବିଭିନ୍ନ ଲୋକକଳାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା କାଉଁରୀ ମହୋତ୍ସବ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବା ନେଇ ସ୍ପଷ୍ଟ କରିଛନ୍ତି ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ବଜାରରେ ଉପଲବ୍ଧ ସାନିଟାରୀ ନାପ୍‌କିନ୍‌ରେ ରହିଛି ମାରାତ୍ମକ କେମିକାଲ୍

ଏହି ୫ ଦିନରେ ରାଜସୁନାଖଳା ସହ ତାର ଆଖପାଖ ଅଞ୍ଚଳର କଳା ସଂସ୍କୃତି ସହିତ ବୁଡିଯାଉଥିବା ବହୁ ଲୋକକଳାକୁ ପରିବେଷଣ କରିବାକୁ ଯାଉଥିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସୁନାମଧନ୍ୟ କାଳାକାର, ସେଲିବ୍ରେଟି, ସିନେତାରକାମାନେ ମଧ୍ୟ ମଞ୍ଚରେ ଦେଖାଦେବେ ବୋଲି କମିଟି ପକ୍ଷରୁ କୁହାଯାଇଛି । ମହୋତ୍ସବରେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ହସ୍ତଶିଳ୍ପ ଠାରୁ ଆରମ୍ଭ କରି, କୂଟୀର ଶିଳ୍ପ, ପାରମ୍ପରିକ ପୋଷାକ ସ୍ଥାନ ପାଇବ ବୋଲି କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସୂଚନା ପ୍ରଦାନ କରିଛନ୍ତି।

ନୟାଗଡ଼, ଇଟିଭି ଭାରତ

ABOUT THE AUTHOR

...view details