ଓଡିଶା

odisha

ETV Bharat / state

ଆବର୍ଜନାରେ ଭର୍ତ୍ତି ହୋଇଛି ରାଜସୁନାଖଳା, ମୁଦ୍ଦା କରୁଛନ୍ତି ନେତା

ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ନୟାଗଡ ଜିଲ୍ଲାର ବୃହତ୍ ବ୍ୟବସାୟିକ ପେଣ୍ଠସ୍ଥଳୀ ରାଜସୁନାଖଳା ବଜାର l ପଞ୍ଚାୟତ ନିର୍ବାଚନରେ ବଜାରକୁ ପ୍ରମୁଖ ମୁଦ୍ଦା କଲେଣି ନେତା । ଅଧିକ ପଢନ୍ତୁ

ଆବର୍ଜନାରେ ଭର୍ତ୍ତି ହୋଇଛି ରାଜସୁନାଖଳା, ମୁଦ୍ଦା କରୁଛନ୍ତି ନେତା
ଆବର୍ଜନାରେ ଭର୍ତ୍ତି ହୋଇଛି ରାଜସୁନାଖଳା, ମୁଦ୍ଦା କରୁଛନ୍ତି ନେତା

By

Published : Jan 25, 2022, 11:53 AM IST

ନୟାଗଡ଼: ଜିଲ୍ଲାର ଏକ ବୃହତ୍ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ରାଜସୁନାଖଳା ବଜାର l ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ ଜିଲ୍ଲା ସୀମାନ୍ତରେ ଥିବାରୁ ରାଜସୁନାଖଳା ବଜାର ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି l କିନ୍ତୁ ରାଜସୁନାଖଳାର ଅସ୍ୱଚ୍ଛ ଏବଂ ଅଳିଆ ଆବର୍ଜନା ବ୍ୟବସ୍ଥାକୁ ଦେଖି ମୁହଁ ଫେରାଉଛନ୍ତି ଲୋକେ l ବଜାରର ଚାରିପାଖରେ କୁଢ କୁଢ ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି l ରାସ୍ତାକଡ଼, ସାହି ମୁଣ୍ଡ ଆଦି ସ୍ଥାନରେ ଦୀର୍ଘ ଦିନ ଧରି ପଡି ରହିଥିବା ଆବର୍ଜନା ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି l

ଆବର୍ଜନାରେ ଭର୍ତ୍ତି ହୋଇଛି ରାଜସୁନାଖଳା, ମୁଦ୍ଦା କରୁଛନ୍ତି ନେତା

ରାସ୍ତାରେ ଯାଉଥିବା ଲୋକ ବି ଏଥିପାଇଁ ଅଣନିଶ୍ବାସୀ ହୋଇ ପଡିଲେଣି l ଗୋଟିଏ ସ୍ଥାନରେ ଅଳିଆ ଆବର୍ଜନା ପକାଇବାର କୌଣସି ସୁବିଧା ନଥିବାରୁ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକ ଏଣେତେଣେ ଆବର୍ଜନା ଫିଙ୍ଗୁଛନ୍ତି l ଯେଉଁ କାରଣରୁ ଅସ୍ବାସ୍ଥ୍ୟକର ପରିବେଶ ଉପୁଜୁଛି l

ଗୋଟିଏ ସ୍ଥାନରେ କମ୍ପୋଷ୍ଟ ପକାଇବା ପାଇଁ ବାରମ୍ବାର ଲୋକେ ପଞ୍ଚାୟତରେ ଅଭିଯୋଗ କରୁଛନ୍ତି l ଅନେକ ସାହି ମୁଣ୍ଡରେ ଦୀର୍ଘ ଦିନ ଧରି ଆବର୍ଜନା ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ସାହି ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା କହିଛନ୍ତି । ହେଲେ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରିନାହାନ୍ତି l ଏବେ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ପ୍ରାର୍ଥୀ ରାଜସୁନାଖଳାକୁ ସ୍ୱଚ୍ଛ ଓ ପରିମଳ ରଖିବାକୁ ପ୍ରଚାର କରୁଥିବା ବେଳେ ରାଜନୈତିକ ନେତା ମଧ୍ୟ ଏହାକୁ ମୁଦ୍ଦା କଲେଣି l ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଇଟିଭି ଭାରତ

ABOUT THE AUTHOR

...view details