ନୟାଗଡ଼: ଆଥଲେଟ ତଥା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ନିଜ ପଞ୍ଚାୟତ କଲା ସମ୍ବର୍ଦ୍ଧିତ l ସୁଜାତା ରାଜ୍ୟ ଏବଂ ଦେଶ ପାଇଁ ଦିନେ ଗର୍ବ ଓ ଗୌରବ ଆଣିଥିଲେ ।
ରଣପୁର ବ୍ଲକ ପଟିଆ ପଞ୍ଚାୟତରେ ଏକ ସ୍ବତନ୍ତ୍ର ଉତ୍ସବରେ ସ୍ବର୍ଣ୍ଣପଦକ ପ୍ରାପ୍ତ ଜାତୀୟ ସ୍ତରର ଖେଳାଳି ସୁଜାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ଦାରିଦ୍ର୍ୟର କଶାଘାତରେ ରହି ଭୋକ ଉପାସରେ ଦିନ କାଟୁଛନ୍ତି l ଜଣେ ସ୍ବର୍ଣ୍ଣପଦକ ପ୍ରାପ୍ତ ଜାତୀୟ ଖେଳାଳି ସୁଜାତା ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା l ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତାଙ୍କୁ ଏକ ବେସରକାରୀ ସ୍ତରରୁ ଚାକିରୀ ମିଳିଛି l ସରକାରୀ ସ୍ତରରେ ସହାୟତା ପ୍ରଦାନ ପାଇଁ ଚେଷ୍ଟା କରାଯାଉଛି l ଜଣେ ଜାତୀୟ ସ୍ତରର ଖେଳାଳିଙ୍କୁ କେହି ଜାଣିନଥିଲେ l କିନ୍ତୁ ଗଣମାଧ୍ୟମ ତାଙ୍କୁ ସାମ୍ନାକୁ ଆଣିଥିଲା l