ଓଡିଶା

odisha

ETV Bharat / state

ସ୍କୁଲରେ ନାହାଁନ୍ତି ଶିକ୍ଷକ, ମଧ୍ୟାହ୍ନ ଭୋଜନ ଖାଇ ଫେରୁଛନ୍ତି ଛାତ୍ରଛାତ୍ରୀ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା

ନାକଟିଦେଉଳ ବ୍ଲକ କେଉଁଟବେରଣୀ ଗାଁର ପ୍ରାଥମିକ ସ୍କୁଲରେ ନାହାନ୍ତି ଶିକ୍ଷକ । ୧୩ ଦିନ ହେବ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଫେରି ଆସୁଛନ୍ତି । ଅଧିକ ପଢନ୍ତୁ

ସ୍କୁଲରେ ନାହାନ୍ତି ଶିକ୍ଷକ, ମଧ୍ୟାହ୍ନ ଭୋଜନ ଖାଇ ଫେରି ଆସୁଛନ୍ତି ଛାତ୍ରଛାତ୍ରୀ
ସ୍କୁଲରେ ନାହାନ୍ତି ଶିକ୍ଷକ, ମଧ୍ୟାହ୍ନ ଭୋଜନ ଖାଇ ଫେରି ଆସୁଛନ୍ତି ଛାତ୍ରଛାତ୍ରୀ

By

Published : Jul 13, 2022, 10:03 PM IST

ସମ୍ବଲପୁର: ରାଜ୍ୟର ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ କେତେକ ସ୍ଥାନରେ ଏହାର ବିଫଳତାର ସ୍ପଷ୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ କେଉଁଟବେରଣୀ ଗାଁରେ । ଏହି ଗାଁର ପ୍ରାଥମିକ ସ୍କୁଲରେ ଗତ 13 ଦିନ ହେଲା ଜଣେ ମଧ୍ୟ ଶିକ୍ଷକ ନଥିବାରୁ ଆଜି ଏହି ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ସ୍କୁଲରେ ନାହାନ୍ତି ଶିକ୍ଷକ, ମଧ୍ୟାହ୍ନ ଭୋଜନ ଖାଇ ଫେରି ଆସୁଛନ୍ତି ଛାତ୍ରଛାତ୍ରୀ
ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ କେଉଁଟବେରଣୀ ଗାଁର ପ୍ରାଥମିକ ସ୍କୁଲରେ 13 ଦିନ ହେବ ଜଣେ ମଧ୍ୟ ଶିକ୍ଷକ ନାହାଁନ୍ତି । ଏହି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଥିବାବେଳେ ଗତ 30 ତାରିଖରେ ସେ ଅବସର ନେବା ପରେ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଏହି ସ୍କୁଲରେ ଯୋଗଦେଇ ନାହାଁନ୍ତି । ଫଳରେ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲକୁ ଯାଇ ମଧ୍ୟାନ ଭୋଜନ କରି ଘରକୁ ଫେରି ଆସୁଛନ୍ତି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଆଜି ଏକ ବସ୍ ଭଡା କରି 140 କିମି ଅତିକ୍ରମ କରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ।

ଏମାନଙ୍କ ସହ ଛାତ୍ରଛାତ୍ରୀ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଦାବିରେ ଧାରଣା ଦେଇଥିଲେ । ଏହି ଗାଁର ଅଧିକାଂଶ ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ପରିବାର ପିଛା ୫୦୦ ଟଙ୍କା ଲେଖାଏଁ ଚାନ୍ଦା କରି ଗାଁ ବସ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଗ୍ରାମବାସୀଙ୍କ ସହ ଆଲୋଚନା କରି 3 ଦିନ ଭିତରେ ଶିକ୍ଷକ ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଧାରଣାରୁ ଓହରିଛନ୍ତି ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details