ନୟାଗଡ: ଜିଲ୍ଲାରେ 2 ଓଡିଆ ଆଲବମର ହେଲା ଶୁଭ ମୁହରତ । ରାଜସୁନାଖଳା ରେଳ ଷ୍ଟେସନରେ ମେଘ ମଲ୍ଲାର ପ୍ରଡକ୍ସନ ପକ୍ଷରୁ ‘ତତେ ଏବେ ନୂଆ କରି ଛୁଇଁଛି ଲୋ ଯୌବନ’ ଓ ‘କଲିକତା ରାଣୀ ତୁ ଲୋ’ର ଶୁଭମହୁରତ ହୋଇଯାଇଛି ।
ଏହି ଦୁଇଟି ଗୀତ ପାଇଁ ସଂଯୋଜନା ଦାୟିତ୍ବ ଓମ ପ୍ରକାଶ ସମ୍ଭାଳିଥିବାବେଳେ ପୂର୍ଣ୍ଣ ଚନ୍ଦ୍ର ବେହେରା ସଙ୍ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ରାଜସୁନାଖଳା ରେଳ ଷ୍ଟେସନ ଠାରେ ଏହି ମହୁରତ ଉତ୍ସବରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରଫୁଲ୍ଲ ପ୍ରଧାନ ଆଲବମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।