ନୟାଗଡ଼: ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ହେଲେ ସୁରକ୍ଷିତ ଭାବେ ଫେରି ପାରିନାହାଁନ୍ତି ପୋଲିଂ କର୍ମଚାରୀ । ସୂଚନା ଅନୁଯାୟୀ ବାଣୀଗୋଛା ଥାନା ଅନ୍ତର୍ଗତ କୁଜମେଣ୍ଟି ପଞ୍ଚାୟତସ୍ଥିତ ଶିରିଶିରା ଓ ଦର୍ଶନୀପଡାରୁ ଇଭିଏମ ମେସିନ ଧରି ଫେରୁଥିବା ସମୟରେ ବୃତଙ୍ଗ ନଦୀରେ ଫସି ରହିଛି ବସ୍ ।
ଇଭିଏମ୍ ମେସିନ ସହ ବୃତଙ୍ଗ ନଦୀରେ ଫସିଲେ ପୋଲିଂ ପାର୍ଟି - ଇଭିଏମ୍
ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ହେଲେ ସୁରକ୍ଷିତ ଭାବେ ଫେରି ପାରିନାହାଁନ୍ତି ପୋଲିଂ କର୍ମଚାରୀ । ସୂଚନା ଅନୁଯାୟୀ ବାଣୀଗୋଛା ଥାନା ଅନ୍ତର୍ଗତ କୁଜମେଣ୍ଟି ପଞ୍ଚାୟତସ୍ଥିତ ଶିରିଶିରା ଓ ଦର୍ଶନୀପଡାରୁ ଇଭିଏମ ମେସିନ ଧରି ଫେରୁଥିବା ସମୟରେ ବୃତଙ୍ଗ ନଦୀରେ ଫସି ରହିଛି ବସ୍ ।
ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
ବସ୍ରେ ମୋଟ 18ଜଣ ପୋଲିଂ କର୍ମଚାରୀଙ୍କ ସମେତ 4ଟି ଇଭିଏମ୍ ମେସିନ ରହିଛି । ତେବେ ମତଦାନ ପ୍ରକ୍ରିୟା ସରିବା ପରେ ଇଭିଏମ୍ ମେସିନ ଧରି ଫେରୁଥିବା ସମୟରେ ବସ୍ଟି ବୃତଙ୍ଗ ନଦୀରେ ପ୍ରବଳ ବର୍ଷା ଯୋଗୁଁ ବଢିଥିବା ପାଣିରେ ଫସି ରହିଥିବା ଜଣାପଡିଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ