ନୟାଗଡ଼: ଶରଣକୁଳ ଥାନା ଅଞ୍ଚଳରେ ଘର ଭିତରେ ବଧୂଙ୍କ ମୃତଦେହ ଝୁଲିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ବଧୂ ସସ୍ମିତାଙ୍କୁ ତାଙ୍କ ସ୍ବାମୀ ଏବଂ 4 ସୁପାରି କିଲର ଯୋଜନାବଦ୍ଧ ଭାବେ ହତ୍ୟା କରି ଘର ଭିତରେ ଝୁଲାଇ ଦେଇଥିବା ପୋଲିସ ସୂଚନା ଦେଇଛି । ତେବେ ଗତ ଜାନୁଆରୀ 29 ତାରିଖରେ ଶରଣକୁଳ ସୁଆର ସାହିର ଅଖି ମହାପାତ୍ରଙ୍କ ପତ୍ନୀ ସଶ୍ମିତା ମହାପାତ୍ରଙ୍କ ମୃତଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଥିଲା।
ସସ୍ମିତା ହତ୍ୟା ଘଟଣା: ଆଜି କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ - Crime Scene recreation of sasmita murder case
ଶରଣକୁଳ ଥାନା ଅଞ୍ଚଳରେ ଘର ଭିତରେ ବଧୂଙ୍କ ମୃତଦେହ ଝୁଲିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ବଧୂ ସସ୍ମିତାଙ୍କୁ ତାଙ୍କ ସ୍ବାମୀ ଏବଂ 4 ସୁପାରି କିଲର ଯୋଜନାବଦ୍ଧ ଭାବେ ହତ୍ୟା କରି ଘର ଭିତରେ ଝୁଲାଇ ଦେଇଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...
![ସସ୍ମିତା ହତ୍ୟା ଘଟଣା: ଆଜି କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ ସସ୍ମିତା ହତ୍ୟା ଘଟଣାର ଆଜି କ୍ରାଇମ ସିନ ରି କ୍ରିଏସନ କରିବ ପୋଲିସ](https://etvbharatimages.akamaized.net/etvbharat/prod-images/768-512-10620445-thumbnail-3x2-nayagarh.jpg)
ସସ୍ମିତା ହତ୍ୟା ଘଟଣାର ଆଜି କ୍ରାଇମ ସିନ ରି କ୍ରିଏସନ କରିବ ପୋଲିସ
ସସ୍ମିତା ହତ୍ୟା ଘଟଣାର ଆଜି କ୍ରାଇମ ସିନ ରି କ୍ରିଏସନ କରିବ ପୋଲିସ
ତେବେ ସସ୍ମିତାଙ୍କ ସ୍ବାମୀ ଅଖିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲା । ଏହି କାରଣରୁ ଅଖି ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଘର ଭିତରେ ଝୁଲାଇ ଦେଇଥିଲେ । ଏହି ଘଟଣାରେ ପୂର୍ବରୁ ଅଖିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଅନ୍ୟ 4 ଜଣ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ରି କ୍ରିଏସନ କରିବ ପୋଲିସ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ