ଓଡିଶା

odisha

ETV Bharat / state

ମନ୍ଦିର ନିର୍ମାଣ କାର୍ଯ୍ୟରେ ପୋଲିସର ହସ୍ତକ୍ଷେପ; ଥାନା ଘେରିଲେ ଗାଁଲୋକ - ହଟହଟା ପୋଲିସ

ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ପଦ୍ମାବତୀ ଗାଁରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ପୋଲିସର ହସ୍ତକ୍ଷେପକୁ ନେଇ ଗ୍ରାମବାସୀଙ୍କ ଥାନା ଘେରାଉ କରିବା ଭଳି ପରିସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ...

ମନ୍ଦିର ନିର୍ମାଣ କାର୍ଯ୍ୟରେ ପୋଲିସର ହସ୍ତକ୍ଷେପ
ମନ୍ଦିର ନିର୍ମାଣ କାର୍ଯ୍ୟରେ ପୋଲିସର ହସ୍ତକ୍ଷେପ

By

Published : Jul 7, 2021, 1:52 PM IST

ନୟାଗଡ:ମନ୍ଦିର କାମକୁ ଅଟକାଇବାକୁ ପୋଲିସର ଉଦ୍ୟମ । ଏନେଇ ପୋଲିସକୁ ହଟହଟା ହେବାକୁ ପଡିଛି । ଏପରି ଘଟଣା ଘଟିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ପଦ୍ମାବତୀ ଗାଁ । ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ମନ୍ଦିର ନିର୍ମାଣ କାର୍ଯ୍ୟରେ ପୋଲିସର ହସ୍ତକ୍ଷେପ

ସୂଚନାଅନୁସାରେ,ପଦ୍ମାବତୀ ଗାଁର 500ରୁ ଅଧିକ ଲୋକ ବସବାସ କରନ୍ତି । ସେମାନେ ତାଙ୍କ ନିଜ ଉଦ୍ୟମରେ ଗାଁରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ପୋଲିସ ଏଥିରେ ଅଯଥା ହସ୍ତକ୍ଷେପ କରିଛି । ଏ ନେଇ ଉତ୍ୟକ୍ତ ହୋଇଛନ୍ତି ଗ୍ରାନବାସୀ । ଫଳରେ ଥାନା ଘେରାଉ କରିବାରୁ ବାଧ୍ୟ ହୋଇଛନ୍ତି ଗ୍ରାମବାସୀ ।

ଗାଁରେ ମନ୍ଦିର ନିର୍ମାଣ ପାଇଁ ସର୍ବସମମ୍ମତି ମିଳିଥିଲା । ଏହା ପରେ ଜାଗା ଚିହ୍ନଟ ଶୁଭ ଦିଆଯାଇଥିଲା । ଗାଁର ଜଣେ ବ୍ୟକ୍ତି କାର୍ଯ୍ୟରେ କେଁ ପୁରାଇ ଫତେଗଡ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଗାଁକୁ ଆସି ଘଟଣାରେ ଅଯଥା ହସ୍ତକ୍ଷେପ କରିଥିବା କହିଛନ୍ତି ଗାଁ ଲୋକ । ଏହାର ପ୍ରତିବାଦ କରି ଗାଁ ଲୋକ ଥାନା ଘେରାଉ କରିଥିଲେ । ଲୋକଙ୍କୁ ବୁଝାସୁଝା କରି ପୋଲିସ ହସ୍ତକ୍ଷେପ କରିବ ନାହିଁ ବୋଲି ପ୍ରତିଶ୍ରୃତି ଦେବା ପରେ ଧାରଣାରୁ ହଟିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details