ଓଡିଶା

odisha

By

Published : Jul 1, 2021, 7:02 PM IST

Updated : Jul 1, 2021, 9:52 PM IST

ETV Bharat / state

ପୋଲିସ ପଞ୍ଝାରେ 3 କୁଖ୍ୟାତ ଅପରାଧୀ, ଲୁଟ ସୁନା ଗହଣା ସହ ମାରଣାସ୍ତ୍ର ଜବତ

ନାୟଗଡରେ ପୋଲିସ ପଞ୍ଝାରେ 3 କୁଖ୍ୟାତ ଅପରାଧୀ । ଲୁଟ ଗହଣା ସହ ଅପରାଧରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ 3 କୁଖ୍ୟାତ ଅପରାଧୀ, ଲୁଟ ସୁନା ଗହଣା ସହ ମାରଣାସ୍ତ୍ର ଜବତ
ପୋଲିସ ପଞ୍ଝାରେ 3 କୁଖ୍ୟାତ ଅପରାଧୀ, ଲୁଟ ସୁନା ଗହଣା ସହ ମାରଣାସ୍ତ୍ର ଜବତ

ନୟାଗଡ: ଏକ ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ନୟାଗଡ ଜିଲ୍ଲା ପୋଲିସ । 3 କୁଖ୍ୟାତ ଅପରାଧୀଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଜବତ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ଏକ ପ୍ରେସମିଟ କରି ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା, ଶରଣକୂଳ ଏସଡ଼ିପିଓ ଏସ. ଟପ୍ପୋଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।

ପୋଲିସ ପଞ୍ଝାରେ 3 କୁଖ୍ୟାତ ଅପରାଧୀ, ଲୁଟ ସୁନା ଗହଣା ସହ ମାରଣାସ୍ତ୍ର ଜବତ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ,ଗତ 21ତାରିଖ ସକାଳ ସମୟରେ ରଣପୁର ଥାନା ସଂଖେଇ ଗ୍ରାମର ସ୍ବର୍ଣ୍ଣ ଅଳଙ୍କାର ବ୍ୟବସାୟୀ ଅରୁଣ କୁମାର ସାହୁ ନିଜ ବାଇକ ଯୋଗେ ବ୍ୟବସାୟ କ୍ଷେତ୍ରକୁ ଯିବାବେଳେ ଲୁଟର ଶିକାର ହୋଇଥିଲେ । 3 ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଅରୁଣଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଏନେଇ ରଣପୁର ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ଅରୁଣ । ପୋଲିସ ତଦନ୍ତ କରି 3 ଡକାୟତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ବିଜୟ ରାଉତ, ଖଣ୍ଡୁ ଗାଁର ସୁଶାନ୍ତ ପ୍ରଧାନ ଏବଂ ବୋଲଗଡ଼ ଥାନା ଘୋରଡ଼ିଆ ଗ୍ରାମର ସନ୍ତୋଷ ସାହୁ । ଗିରଫ ଅଭିଯୁକ୍ତଙ୍କ ଠାରୁ 2460 ଗ୍ରାମ ରୂପା, 149 ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ସହ 3 ଟି ମୋବାଇଲ, ଏକ ଭୁଜାଲି ଓ ଡକାୟତିରେ ବ୍ୟବହାର ହୋଇଥିବା ଏକ ପଲସର ବାଇକକୁ ମଧ୍ୟ ଜବତ କରିଛି ପୋଲିସ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jul 1, 2021, 9:52 PM IST

ABOUT THE AUTHOR

...view details