ନୟାଗଡ଼: ହାତୀ ଆତଙ୍କରେ ଆତଙ୍କିତ ସ୍ଥାନୀୟ ଲୋକେ । ଫସଲ ନଷ୍ଟ ହେବା ସହ ସହାୟତା ଦାବି କରିଛନ୍ତି ଚାଷୀ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତର ମକରାପଲ୍ଲୀ ଗାଁ ଅଞ୍ଚଳରେ ଦେଖାଦେଇଛି ଏଭଳି ହାତୀଙ୍କ ଉପଦ୍ରବ । ସଞ୍ଜ ନଇଁଲେ ୪ ଟିକିଆ ବଣୁଆ ହାତୀପଲ ଆସି ସ୍ଥାନୀୟ ଅଞ୍ଚଳର ଧାନ ଓ ପନିପରିବା ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ।
ମକରାପଲ୍ଲୀ ଅଞ୍ଚଳରେ ହାତୀ ଆତଙ୍କ: ଫସଲ ନଷ୍ଟ କରୁଛି ବଣୁଆ ହାତୀ - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ବଣୁଆ ହାତୀ ଆତଙ୍କ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତର ମକରାପଲ୍ଲୀ ଗାଁ ଅଞ୍ଚଳରେ ହାତୀ ଆତଙ୍କ । ସଞ୍ଜ ନଇଁଲେ ବଣୁଆ ହାତୀପଲ ଧାନ ଓ ପନିପରିବା ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ
ମକରାପଲ୍ଲୀ ଗାଁଟି ଗଞ୍ଜାମ ସୀମାନ୍ତ ଓ ଘଞ୍ଚ ଜଙ୍ଗଲ ଭିତରେ ରହିଥିବାରୁ ଜଙ୍ଗଲୀ ହାତୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଏ ବିଷୟରେ ବନ ବିଭାଗ ଜାଣି ମଧ୍ୟ ଚୁପ ବସିଥିବା ଅଭିଯୋଗ ହୋଇଛି । ବନବିଭାଗ ହାତୀଙ୍କୁ ଘଉଡ଼ାଇବା ପାଇଁ ବିଳମ୍ବରେ ପଦକ୍ଷେପ ଗ୍ରହଣ କରୁଥିବା ନେଇ ଅଭିଯୋଗ ହୋଇଛି । ମକରାପଲ୍ଲୀ ଗ୍ରାମରେ ବନ ବିଭାଗ ତରଫରୁ ଗୋଟିଏ ଫରେଷ୍ଟ ବିଟ ରହିଛି, ଯାହା କେବଳ କାଗଜ କଲମରେ ସୀମିତ । ଏହି ବିଟ ହାଉସରେ ଷ୍ଟାଫ୍ ରହୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପଟେ ହାତୀ ଉପଦ୍ରବ ଯୋଗୁଁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାପାଇଁ ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଦାବୀ କରିଛନ୍ତି । ସେପଟେ ଖୁବଶୀଘ୍ର କ୍ଷୟକ୍ଷତି ହୋଇଥିବା ଫସଲ ନିମନ୍ତେ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଚାଷୀମାନଙ୍କୁ ଆଶ୍ବସନା ଦେଇଛି ବନ ବିଭାଗ ।
ଇଟିଭି ଭାରତ, ନୟାଗଡ଼