ଓଡିଶା

odisha

ପିଲା ଚୋର ସନ୍ଦେହରେ 3 ଜଣକୁ ନିସ୍ତୁକ ପିଟିଲେ ଲୋକେ, ଉଦ୍ଧାର କଲା ପୋଲିସ

ପିଲା ଚୋର ସନ୍ଦେହରେ 3 ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ନୟାଗଡ଼ ଟାଉନ ଥାନା ପୋଲିସ । ତେବେ ସାଧୁ ବେଶଧାରୀ ବ୍ୟକ୍ତିମାନେ ଏକ ଶିଶୁକୁ ଚକୋଲେଟ ଦେଉଥିବା ବେଳେ ଲୋକମାନେ ସନ୍ଦେହ କରି କାବୁ କରି ମାଡ଼ ମାରିଥିଲେ । ଅଧିକ ପଢନ୍ତୁ...

By

Published : Mar 9, 2021, 9:49 AM IST

Published : Mar 9, 2021, 9:49 AM IST

ପିଲା ଚୋର ସନ୍ଦେହରେ 3 ଜଣକୁ ନିସ୍ତୁକ ପିଟିଲେ ଲୋକେ, ଉଦ୍ଧାର କଲା ପୋଲିସ
ପିଲା ଚୋର ସନ୍ଦେହରେ 3 ଜଣକୁ ନିସ୍ତୁକ ପିଟିଲେ ଲୋକେ, ଉଦ୍ଧାର କଲା ପୋଲିସ

ନୟାଗଡ଼: ପିଲା ଚୋର ସନ୍ଦେହରେ 3 ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ନୟାଗଡ଼ ଟାଉନ ଥାନା ପୋଲିସ । ଗତକାଲି(ସୋମବାର) ପିଟିଏସ ରୋଡ଼ ନିକଟରେ ସାଧୁ ବେଶରେ ବୁଲୁଥିବା 3 ଜଣ ଅଣଓଡ଼ିଆ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ । ସାଧୁ ବେଶ ଧାରୀ ବ୍ୟକ୍ତି ମାନେ ଏକ ଶିଶୁକୁ ଚକୋଲେଟ ଦେଉଥିବା ବେଳେ ଲୋକମାନେ ସନ୍ଦେହ କରି କାବୁ କରି ମାଡ଼ ମାରିଥିଲେ ।

ପିଲା ଚୋର ସନ୍ଦେହରେ 3 ଜଣକୁ ନିସ୍ତୁକ ପିଟିଲେ ଲୋକେ, ଉଦ୍ଧାର କଲା ପୋଲିସ

ସୂଚନାପାଇ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ 3 ଜଣ ଅଣ ଓଡିଆ ବ୍ୟକ୍ତିଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏବଂ ପରେ ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ । ତେବେ ଉକ୍ତ ବ୍ୟକ୍ତିମାନଙ୍କ ଘର ଉତ୍ତରପ୍ରଦେଶ ବୋଲି ଜଣାପଡ଼ିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details