ନୟାଗଡ଼ :ପଦାରେ ପଡିଲା ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର । ମେଡିକାଲରେ ବେଡ ନ ପାଇ ତଳେ ଶୋଇଛନ୍ତି ପ୍ରସବ ବେଦନା ଭୋଗୁଥିବା ମହିଳା । କେବଳ ଗର୍ଭବତୀ ମହିଳା ନହେଁ ନବଜାତକକୁ ଧରି ମା’ମାନେ ବାରଣ୍ତାରେ ପଡି ରହିଛନ୍ତି । ତାହା ପୁଣି ଜଣେ କି ଦୁଇ ଜଣ ନୁହେଁ । ଏକାଧିକ ସଂଖ୍ୟାରେ ପ୍ରସୂତିମାନେ ମେଡିକାଲରେ ବେଡ ନ ପାଇ, ଏପରି ଭାବରେ ତଳେ ଶୋଉଛନ୍ତି । ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତୃ ଶିଶୁ ମଙ୍ଗଳ ଭବନର ।
ମେଡିକାଲରେ ମିଳୁନି ବେଡ: ଶୀତରେ ତଳେ ଶୋଉଛନ୍ତି ମା’ ସହ ନବଜାତକ - Nayagarh medical service is very bad
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର । ପ୍ରବଳ ଶୀତରେ ମା' ଓ ଶିଶୁଙ୍କୁ ମିଳୁନି ବେଡ଼ । ମାନୁନାହାନ୍ତି କୋଭିଡ ଗାଇଡ଼ଲାଇନ । ଅଧିକ ପଢନ୍ତୁ
କୋଭିଡ କଟକଣା ମାନିବାକୁ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି । ମାତ୍ର ଏହାକୁ ଏଠାରେ ମେଡିକାଲ କର୍ତ୍ତୃପକ୍ଷ ପରିଚାଳନା କରୁନାହାନ୍ତି l ପ୍ରାୟ ଶହେ ମା ଯେଉଁ ମାନେ ପ୍ରସବ ବେଦନା ଭୋଗୁଛନ୍ତି ସେମାନେ ବେଡ଼ରେ ଆରାମ ନେବା ପରିବର୍ତ୍ତେ ତଳେ ଶୋଉଛନ୍ତି l ମାଆ ଶିଶୁ ପ୍ରବଳ ଥଣ୍ଡା ସତ୍ତ୍ବେ ବାରଣ୍ଡାରେ ପଡିରହିବା ଏବଂ ସର୍ବନିମ୍ନ ବେଡ଼ଟିଏ ମଧ୍ୟ ଯୋଗାଇ ଦେବାରେ ଡାକ୍ତରଖାନା କର୍ତୃପକ୍ଷ ସମର୍ଥ ହୋଇପାରି ନ ଥିବା ଦେଖିବାକୁ ମିଳିଛି l ଏକ କୋଠରୀରେ ପରସ୍ପରକୁ ଲାଗି ଶୋଇଛନ୍ତି ସମସ୍ତେ l ମେଡିକାଲ କର୍ତ୍ତୃପକ୍ଷ ମା’ମାନଙ୍କୁ ବେଡ଼ ଖଣ୍ଡିଏ ଯୋଗାଇ ନ ଦେବା ଘଟଣାକୁ ନିନ୍ଦା କରାଯାଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ