ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିରୋଧ l ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦଳୀୟ କର୍ମୀ । ସୂଚନାନୁସାରେ ଦଶପଲ୍ଲାରେ ଦିନକୁ ଦିନ ତୀବ୍ର ହେଉଛି ବିଜେଡିର ଗୋଷ୍ଠୀ କନ୍ଦଳ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିଧାୟକ ଗସ୍ତ କରୁଥିବା ସ୍ଥାନରେ ଲଗାତାର ଭାବେ ଫଳକ ଭଙ୍ଗା ଯାଉଥିବା ଦେଖିବାକୁ ମିଳୁଛି ।
ଦଶପଲ୍ଲା ବିଧାୟକଙ୍କୁ ବିରୋଧ, ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ କର୍ମୀ - ଦଶପଲ୍ଲା ବିଧାୟକଙ୍କୁ ବିରୋଧ
ଦଶପଲ୍ଲାର ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ନିଜ ଦଳର କର୍ମୀଙ୍କ ବିରୋଧ । ଉଦ୍ଘାଟନ ପୂର୍ବରୁ ଫଳକ ଭାଙ୍ଗିବା ପରେ ପଦାରେ ପଡିଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ । ଅଧିକ ପଢ଼ନ୍ତୁ
ଦଶପଲ୍ଲା ବିଧାୟକଙ୍କୁ ବିରୋଧ, ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ କର୍ମୀ
ଦଶପଲ୍ଲା ବିଧାୟକଙ୍କୁ ବିରୋଧ, ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ କର୍ମୀ
ଏହି କ୍ରମରେ ଆଜି(ସୋମବାର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାରାଢ଼ୀପି ପଞ୍ଚାୟତରେ ଏକ ଆରଡ଼ି ରାସ୍ତାର ଶୁଭ ଦେବାକୁ ବିଧାୟକଙ୍କ ଯିବାର ଥିଲା । ହେଲେ ଯିବା ପୂର୍ବରୁ ଦଳୀୟ କର୍ମୀ ବିଧାୟକଙ୍କୁ ବିରୋଧ କରି ଫଳକ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି । ବିଜେଡି କର୍ମୀ ମାନେ ବିଧାୟକଙ୍କୁ ଜାଣିଶୁଣି ବାରମ୍ବାର ଏପରି ବିରୋଧ କରୁଛନ୍ତି l ପରେ ନୂତନ ଫଳକ ଲଗାଯାଇ ଉଦ୍ଘାଟନ କରାଯାଇଛି l ବିଜେଡ଼ି କର୍ମୀ ମାନଙ୍କ ଏପରି ବିରୋଧ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ