ନୟାଗଡ଼:ଜିଲ୍ଲାର ଯଦୁପୁରର ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଆଜି(ସୋମବାର) ନୟାଗଡ଼ ଚିଲଡ୍ରେନ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ଏହି ଘଟଣାରେ 70ଜଣ ସାକ୍ଷୀଙ୍କ ମଧ୍ୟରୁ ଆଜି ଯଦୁପୁର ଗାଁର ଦୁର୍ଯ୍ୟୋଧନ ପ୍ରଧାନ ନାମକ ଜଣେ ସାକ୍ଷୀ ଉପସ୍ଥିତ ହୋଇ ସାକ୍ଷ୍ୟ ଦେଇଛନ୍ତି l ତେବେ ପରବର୍ତ୍ତୀ ତାରିଖରେ ଅନ୍ୟ ସାକ୍ଷୀ ମାନଙ୍କ ସାକ୍ଷ୍ୟ ଗ୍ରହଣ ହେବ ।
ଆଜି ସାକ୍ଷ୍ୟ ଗ୍ରହଣ ବେଳେ ଅଭିଯୁକ୍ତ ନାବାଳକ ଉପସ୍ଥିତ ଥିଲେ । ତେବେ ସାକ୍ଷୀ ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ଜେରା ହୋଇଥିବା କହିଛନ୍ତି ଅଭିଯୁକ୍ତଙ୍କ ଓକିଲ । SITର ଚାର୍ଜ ଫ୍ରେମ ଦଖଲ ପରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 8 ତାରିଖରେ ଅନ୍ୟ ସାକ୍ଷୀମାନେ ସାକ୍ଷ୍ୟ ଦେବେ । ତେବେ ଆଜି ମଧ୍ୟାହ୍ନ ସମୟରେ ଶିଶୁ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ପହଞ୍ଚିଥିଲେ ୨ ସାକ୍ଷୀ । ତେବେ ସେହି ୨ ସାକ୍ଷୀ ହେଉଛନ୍ତି ଚରଣ ପ୍ରଧାନ ଓ ଦୁର୍ଯ୍ୟୋଧନ ପ୍ରଧାନ । ଏହି ମାମଲାରେ SIT ଓ ଅଭିଯୁକ୍ତଙ୍କ ପକ୍ଷରୁ ଆଡଭୋକେଟ ଉପସ୍ଥିତ ଅଛନ୍ତି ।
ଏହା ବି ପଢନ୍ତୁ: ନୟାଗଡ ନାବାଳିକା ଅପହରଣ ଘଟଣାକୁ ବର୍ଷେ, ନ୍ୟାୟ ଅପେକ୍ଷାରେ ବାପା ମା’