ଓଡିଶା

odisha

ETV Bharat / state

ପରୀ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ବାବୁଲି ନାୟକଙ୍କୁ SITର ଦୁଇ ଘଣ୍ଟା ଜେରା

ପରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବାବୁଲି ନାୟକଙ୍କୁ SIT ଦୁଇ ଘଣ୍ଟା ଜେରା କରିଛି । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡ ମାମଲା
ପରୀ ହତ୍ୟାକାଣ୍ଡ ମାମଲା

By

Published : Dec 3, 2020, 9:36 AM IST

ନୟାଗଡ : ବହୁ ଚର୍ଚ୍ଚିତ ନୟାଗଡ ପାଞ୍ଚ ବର୍ଷୀୟା ଝିଅ ପରୀର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଏସଆଇଟି ତାର ତଦନ୍ତ ଆରମ୍ଭ କରିଛି । ହତ୍ୟା ରହସ୍ୟ ଉନ୍ମୋଚନ କରିବାକୁ ଟିମ୍‌ ପୂରା ଦମ୍‌ରେ ଲାଗିଛି । ଅଭିଯୁକ୍ତ ବାବୁଲି ନାୟକଙ୍କୁ ଏସଆଇଟି 2 ଘଣ୍ଟା ଧରି ଜେରା କରିଥିବା ସୂଚନା ମିଳିଛି ।

ପରୀ ହତ୍ୟାକାଣ୍ଡ ମାମଲା

ଘଟଣାକୁ ନେଇ ବିରୋଧୀ ଦଳମାନେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବହିଷ୍କାର ଦାବି କରୁଥିବାବେଳେ ଏହି ହତ୍ୟା ପଛର ରହସ୍ୟ ଉନ୍ମୋଚନ ପାଇଁ SITର ତଦନ୍ତ ଆଗକୁ ବଢୁଛି । ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ପରୀର ଘରକୁ ଯାଇ ତାଙ୍କ ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁଙ୍କ ସହ କଥା ହୋଇଛନ୍ତି ।

ସେମାନଙ୍କ ଠାରୁ ତଦନ୍ତକାରୀ ଟିମ୍ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । SIT ତଦନ୍ତର ଦ୍ବିତୀୟ ଦିନରେ ବୋଥ୍ରାଙ୍କ ଟିମ୍‌ ପରୀର ବାପା ଓ ମାଆଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲାର ଚର୍ଚ୍ଚିତ ଅଭିଯୁକ୍ତ ବାବୁଲି ନାୟକଙ୍କୁ ଟାଉନ୍‌ ଥାନାକୁ ଡାକି ଦୁଇ ଘଣ୍ଟା ଜେରା କରିଛି ।

ତେବେ ଏହି ତାଲିକାରେ ଅନେକ ଥିବା ସୂଚନା ମିଳିଛି। ପରୀ ନିଖୋଜ ହେବା ଠାରୁ ତା’ ହାଡ଼ କଙ୍କାଳ ମିଳିବା ପର୍ଯ୍ୟନ୍ତ ବାବୁଲିର ଗତିବିଧି ଅନୁସନ୍ଧାନ କରିଛି ଏସଆଇଟି। ପରୀର ବାପା ଓ ମାଆଙ୍କ ଉପରେ ଆକ୍ରମଣ ଘଟଣାରେ ବି ବାବୁଲିକୁ ପଚରାଉଚାର କରାଯାଇଛି । ତା’ ପରେ SITର ଟିମ୍‌ ଯଦୁପୁର ଗାଁକୁ ଯାଇ ତଦନ୍ତ କରିବା ସହ ଗାଁ ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details