ଭୁବନେଶ୍ବର: ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ SIT ତଦନ୍ତ କରୁଥିଲା । କିନ୍ତୁ ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇ NCPCR ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସୁପାରିଶ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ପରୀ ହତ୍ୟା ମାମଲା; SIT ତଦନ୍ତରେ ଅସନ୍ତୁଷ୍ଟ NCPCR, କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ପାଇଁ ପରାମର୍ଶ - NCPCR dissatisfied with SIT investigation
15:20 December 19
ପରୀ ହତ୍ୟା ମାମଲା; SIT ତଦନ୍ତରେ ଅସନ୍ତୁଷ୍ଟ NCPCR, କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ପାଇଁ ପରାମର୍ଶ
ରାଜ୍ୟ ସରକାରଙ୍କୁ NCPCR ଏହି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସୁପାରିଶ କରିବାକୁ ପରାମର୍ଶ ଦେଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
ତେବେ ପୂର୍ବରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଥିଲା । ଅଭିଯୋଗ ଆଣିଥିଲେ ଯଦୁପୁର ଗ୍ରାମର ସରୋଜ ସେଠୀ । ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ସେ କହିଥିଲେ । ସେ ନିର୍ଦ୍ଦୋଷ ଏବଂ କିଛି ଜାଣିନାହାନ୍ତି ବୋଲି କହିବା ସହିତ ତାଙ୍କ ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସରୋଜ ସେଠୀ କହିଥିଲେ ।
ତେବେ ଶନିବାର SIT ସରୋଜ ସେଠୀ ଓ ତାଙ୍କ ପରିବାରର ଦୁଇ ଜଣଙ୍କୁ ଉଠାଇ ନେଇଛି । ଏପଟେ ଏସଆଇଟି ତଦନ୍ତରେ ସେପରି ବିଶେଷ ଅଗ୍ରଗତି ହୋଇନଥିବା ଦର୍ଶାଇ ପୂର୍ବରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ