ନୟାଗଡ ନାବାଳିକା ହତ୍ୟା ମାମଲା; କିଶୋର ନ୍ୟାୟାଳୟରୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତରିତ - murder case

17:42 January 20
ନାବାଳିକା ହତ୍ୟା ମାମଲା; କିଶୋର ନ୍ୟାୟାଳୟରୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତରିତ
ନୟାଗଡ଼:ଜିଲ୍ଲା ଚିଲଡ୍ରେନ କୋର୍ଟରେ ବିଚାର ହେବ ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ନାବାଳକର ମାମଲା । ଆଜି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ଜୁଭେନାଇଲ ଜଷ୍ଟିସ ବୋର୍ଡ । ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ୟାକ ଗ୍ରାଉଣ୍ଡ ଆଧାରରେ ମାମଲା ହେବ ସ୍ଥାନାନ୍ତର।
ଜୁଭେନାଇଲ ଜଷ୍ଟିସ ବୋର୍ଡ ଆକ୍ଟ ସେକ୍ସନ 15 (3) ଅନୁସାରେ କେସକୁ ସ୍ଥାନାନ୍ତର କରିଛନ୍ତି । ଆଜି ଠାରୁ ମାମଲାର ପରବର୍ତ୍ତୀ ବିଚାର ନୟାଗଡ଼ ଚିଲଡ୍ରେନ କୋର୍ଟ ରେ ହେବ । ତେବେ ଆଜି ନୟାଗଡ଼ ଚିଲଡ୍ରେନ କୋର୍ଟ ରେ ଅଭିଯୁକ୍ତ ନାବାଳକକୁ ହାଜର କରାଯାଇଛି ।
ନୟାଗଡ଼ ଜୟେନ୍ଦ୍ର ବେହେରା, ଇଟିଭି ଭାରତ