ନୟାଗଡ଼ : ପରୀକୁ ନ୍ୟାୟ ଦାବୀରେ 17 ଦିନରେ ପହଞ୍ଚିଛି ଗଣଧାରଣା l ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବିଜେପି କର୍ମୀମାନେ ବସିଛନ୍ତି l
ପରୀକୁ ନ୍ୟାୟ ଦାବୀ: 17 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା ଗତ 17 ଦିନ ଧରି ଚାଲିଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ l ଏହି ଗଣଧାରଣାରେ ବିଜେପିର ରାଜ୍ୟସ୍ତରୀୟ ବହୁ ନେତା ସାମିଲ ହୋଇଛନ୍ତି l
ଆଜି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇ ସମାନ ଦାବୀ ମଧ୍ୟ ସେ ଦୋହରାଇଥିଲେ l ଆଜି ଗିରଫ ହୋଇଥିବା ଅଭିଯୁକ୍ତ ନିରୀହ ଲୋକ l ତାକୁ ଜାଣିଶୁଣି ଫସାଯାଇଥିବା କହିଛନ୍ତି l ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛନ୍ତି l ତଦନ୍ତ ସମୟରେ ଅରୁଣ ସାହୁ ମନ୍ତ୍ରୀ ରହିଲେ, ତଦନ୍ତକୁ ପ୍ରଭାବିତ କରିବେ l ତେଣୁ ସେ ଇସ୍ତଫା ଦେବା ଦରକାର l ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରୀ ରହିବ ବୋଲି ବିଜେପି କହିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ