ଓଡିଶା

odisha

ETV Bharat / state

SIT ଉପରେ ଅସନ୍ତୁଷ୍ଟ ପରୀ ବାପା, କହିଲେ ଦିଗହରା ହେଉଛି ତଦନ୍ତ - ପରୀ ମାମଲା ତଦନ୍ତ

ପରୀର ଲେଗିନ୍ସ ମିଳିବା ଘଟଣାରେ ମୁହଁ ଖୋଲିଲେ ପରୀ ବାପା । ତଦନ୍ତକୁ ଦିଗହରା କରାଯାଉଥିବା ଅଭିଯୋଗ କରିଛନ୍ତି ପରୀ ବାପା ଅଶୋକ ସାହୁ । ଅଧିକ ପଢନ୍ତୁ...

SIT ଉପରେ  ଅସନ୍ତୁଷ୍ଟ ପରୀ ବାପା , କହିଲେ ଦିଗହରା ହେଉଛି ତଦନ୍ତ
SIT ଉପରେ ଅସନ୍ତୁଷ୍ଟ ପରୀ ବାପା , କହିଲେ ଦିଗହରା ହେଉଛି ତଦନ୍ତ

By

Published : Dec 23, 2020, 10:46 PM IST

ନୟାଗଡ:ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବନ୍ଧା ହେବା ପରେ ସନ୍ତୁଷ୍ଟ ନୁହଁନ୍ତି ବାପା- ମା’ । ତଦନ୍ତକୁ ଦିଗହରା କରାଯାଉଥିବା ଅଭିଯୋଗ କରିଛନ୍ତି ପରୀ ବାପା ଅଶୋକ ସାହୁ ।

ମଙ୍ଗଳବାର ରାତିରେ ପରୀର ଲେଗିନ୍ସ ଜବତ କରିଛି SIT l ଓଡ୍ରାଫ ଟିମ ପୋଖରୀକୁ ଶୁଖାଇ ସେଥିରୁ ପରୀ ଲେଗିନ୍ସକୁ ଖୋଜି ପାଇଛି l

SIT ଉପରେ ଅସନ୍ତୁଷ୍ଟ ପରୀ ବାପା , କହିଲେ ଦିଗହରା ହେଉଛି ତଦନ୍ତ

ଏହି ମାମଲାରେ ଗିରଫ ହୋଇଥିବା ସରୋଜ ପୋଖରୀରେ ଏକ ଇଟା ଦ୍ବାରା ଜରିରେ ଲେଗିନ୍ସ ପକାଇଥିବା କୁହାଯାଇଛି l ଏନେଇ ଖୋଲତାଡ କରି ଏସଆଇଟି ଟିମ ଲେଗିନ୍ସକୁ ଖୋଜି ବାହାର କରିଛି । ତେବେ ଏ ସଂକ୍ରାନ୍ତରେ ପରୀ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେହି ପୋଖରୀ ପରିତ୍ୟକ୍ତ । ସେଥିରେ କେତେ ପିଲାଙ୍କ ପ୍ୟାଣ୍ଟ ପଡ଼ିଛି l ତେବେ କିପରି ଜାଣିଲେ ପରୀ ଲେଗିନ୍ସ କୋଉଟା । ଏ ଯାଏଁ ସେହି ପ୍ୟାଣ୍ଟକୁ ଆମକୁ ମଧ୍ୟ ଦେଖାଯାଇନାହିଁ । ଏଣୁ ମୁଖ୍ୟ ଅଭିଯୁକ୍ତଙ୍କୁ ନ ଧରି ଏଭଳି ଦିଗହରା ତଦନ୍ତ ନ କରାଯାଉ ବୋଲି ସେ କହିଛନ୍ତି ।

ଏଥିସହ ସେ ଏସଆଇଟି ଉପରେ ଭରସା ତୁଟାଇ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ପ୍ରକୃତ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ପରୀ ବାପା ଜଣାଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details