ଓଡିଶା

odisha

Panchayat Election Nomination: ନୟାଗଡ଼ରେ ତୃତୀୟ ଦିନରେ ଦାଖଲ ହେଲା ୨୦୬୮ ନାମାଙ୍କନ ପତ୍ର

By

Published : Jan 20, 2022, 10:27 AM IST

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ତୃତୀୟ ଦିନରେ ମଇଦାନରେ ୨୦୬୮ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

Panchayat Election Nomination: ନୟାଗଡ଼ରେ ତୃତୀୟ ଦିନରେ ଦାଖଲ ହେଲା ୨୦୬୮ ନାମାଙ୍କନ ପତ୍ର
Panchayat Election Nomination: ନୟାଗଡ଼ରେ ତୃତୀୟ ଦିନରେ ଦାଖଲ ହେଲା ୨୦୬୮ ନାମାଙ୍କନ ପତ୍ର

ନୟାଗଡ଼:ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ତ୍ରି-ସ୍ତରୀୟ ନିର୍ବାଚନ ପାଇଁ ତୃତୀୟ ଦିନରେ ଦାଖଲ କରାଯାଇଛି ନାମାଙ୍କନ ପତ୍ର । ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ତୃତୀୟ ଦିନରେ ମଇଦାନରେ ୨୦୬୮ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତୃତୀୟ ଦିନରେ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି ।

Panchayat Election Nomination: ନୟାଗଡ଼ରେ ତୃତୀୟ ଦିନରେ ଦାଖଲ ହେଲା ୨୦୬୮ ନାମାଙ୍କନ ପତ୍ର

ଜିଲ୍ଲାରୁ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ କଂଗ୍ରେସ ଦଳରୁ ୧୧ ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେପି କିମ୍ବା ବିଜେଡିର କେହି ବି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ନେଇ ଚର୍ଚ୍ଚା ଲାଗି ରହିଛି । ନାମାଙ୍କନ ପତ୍ର ଦାଖଲ କରିବାର ତୃତୀୟ ଦିନରେ ଜିଲ୍ଲାରେ ମୋଟ ୧୫୦୯ ଜଣ ୱାର୍ଡ ସଭ୍ୟ, ୩୦୬ ଜଣ ସରପଞ୍ଚ, ୨୩୮ ଜଣ ସମିତି ସଭ୍ୟ ଓ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ନୟାଗଡ଼ ବ୍ଲକରେ ୧୩୭ ଜଣ ୱାର୍ଡ଼ସଭ୍ୟ ୨୭ ସରପଞ୍ଚ ପ୍ରାର୍ଥୀ ଏବଂ ୧୫ ଜଣ ସମିତି ସଭ୍ୟପାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ନୂଆଗାଁ ବ୍ଲକରେ ୧୬୨ ୱାର୍ଡ଼ସଭ୍ୟ, ୩୩ ଜଣ ସରପଞ୍ଚ ପ୍ରାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଦଶପଲ୍ଲା ବ୍ଲକରେ ୯୭ ୱାର୍ଡ଼ ସଭ୍ୟ, ୩୮ ଜଣ ସରପଞ୍ଚ, ୩୯ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଗଣିଆ ବ୍ଲକରେ ୫୨ ଜଣ ୱାର୍ଡ଼ସଭ୍ୟ, ୭ ସରପଞ୍ଚ ଓ ୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୧୯୨ ଜଣ ୱାର୍ଡ଼ ସଭ୍ୟ, ୪୧ ଜଣ ସରପଞ୍ଚ, ୨୮ ଜଣ ସମତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ।

ଭାପୁର ବ୍ଲକରେ ୨୬୯ ଜଣ ୱାର୍ଡ଼ସଭ୍ୟ, ୩୨ ଜଣ ସରପଞ୍ଚ, ୩୯ ଜଣ ସମିତସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ରଣପୁର ବ୍ଲକରେ ୩୩୫ ଜଣ ୱାର୍ଡ଼ସଭ୍ୟ, ୭୪ ଜଣ ସରପଞ୍ଚ ପ୍ରାର୍ଥୀ, ୪୮ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏବଂ ଓଡ଼ଗାଁ ବ୍ଲକରେ ସର୍ବାଧୂକ ୨୬୫ ଜଣ ୱାର୍ଡ଼ସଭ୍ୟ, ୫୪ ଜଣ ସରପଞ୍ଚ ଏବଂ ୪୫ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ରହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details