ଓଡିଶା

odisha

ETV Bharat / state

ନୟାଗଡ଼ରୁ ପୁଣି ଜଣେ ଶିଶୁ ନିଖୋଜ

By

Published : Jan 12, 2021, 10:19 PM IST

Updated : Jan 12, 2021, 10:50 PM IST

ନୟାଗଡ଼ରୁ ପୁଣି ନିଖୋଜ ହେଲେ ଶିଶୁ
ନୟାଗଡ଼ରୁ ପୁଣି ନିଖୋଜ ହେଲେ ଶିଶୁ

22:06 January 12

ନୟାଗଡ଼ରୁ ପୁଣି ଜଣେ ଶିଶୁ ନିଖୋଜ

ନୟାଗଡ଼: ରାଜ୍ୟରେ ନୟାଗଡ ନାବାଳିକା ନିଖୋଜ ଓ ହତ୍ୟା ମାମଲାରୁ ପରଦା ହଟି ନଥିବାବେଳେ ସେହି ଜିଲ୍ଲାରୁ ପୁଣି ଆଉଏକ ଶିଶୁ ନିଖୋଜ ମାମଲା ସାମ୍ନାକୁ ଆସିଛି । ତେବେ ପୁଣି ଏକ 6 ବର୍ଷର ପୁଅ କେଉଁଆଡେ ନିଖୋଜ ହୋଇଯାଇଛି । ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର କୌଣସି ସନ୍ଧାନ ପାଇନାହାନ୍ତି ।

ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନସ୍ଥ କିଆଝର ଗ୍ରାମର ଲକ୍ଷ୍ମଣ ଲେଙ୍କାଙ୍କ 6 ବର୍ଷର ପୁଅ ଲୁଡୁ କେଉଁଆଡେ ନିଖୋଜ ହୋଇଯାଇଛି । ଆଜି(ମଙ୍ଗଳବାର) ଅହରାହ୍ନ 3ଟା ରୁ ନିଖୋଜ ହୋଇଯାଇଛି ଲୁଡୁ । ପରିବାରବର୍ଗ ଓ ଅଞ୍ଚଳବାସୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଲୁଡୁର କୌଣସି ଖବର ପାଇନାହାନ୍ତି l ଏନେଇ ନିଖୋଜ ବାଳକର ପିତା ଲକ୍ଷ୍ମଣ ଲେଙ୍କା ଖଣ୍ଡପଡା ଥାନାରେ ସନ୍ଧ୍ୟା ୮ ଟାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଆଇଆଇସି ବିଶ୍ୱଜିତ ରାଉତରାୟ ସଦଳବଳେ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 12, 2021, 10:50 PM IST

ABOUT THE AUTHOR

...view details