ନୟାଗଡ଼: ଏଥର ବୃଦ୍ଧଙ୍କୁ ମିଳବ ସାହାରା । କାରଣ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ଲାଗି ଖୋଲିଲା ବୃଦ୍ଧାଶ୍ରମ । ଯାହାର ନାମ ରଖାଯାଇଛି 'ସମର୍ପଣ' । 100 ଶଯ୍ୟା ବିଶିଷ୍ଟ ଏହି ବୃଦ୍ଧାଶ୍ରମରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ଏଠାରେ ଘର ଭଳି ସମସ୍ତ ସୁବଧା ଉପଲବ୍ଧ ରହିଛି ।
ବୃଦ୍ଧାଶ୍ରମ ଖୋଲିବାର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣକୁମାର ସହୁ, ଜିଲ୍ଲାପାଳ ଏନ. ତିରୁମଲା ନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ଼ର ବଦାନ୍ୟ ବ୍ୟକ୍ତିଙ୍କ ଦାନ ରାଶିକୁ ପୁଞ୍ଜି କରି ପ୍ରଥମେ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ସରକାରୀ ପାଣ୍ଠି ପହଞ୍ଚିଥିଲା ।