ଓଡିଶା

odisha

ETV Bharat / state

ଠେଙ୍ଗା ମାଡ଼ରେ ବୃଦ୍ଧା ମୃତ୍ୟୁ ଘଟଣା, ପୁଣି ମୃତକ ପରିବାରକୁ ଆକ୍ରମଣ ଅଭିଯୋଗ - ମୃତକ ପରିବାରକୁ ଆକ୍ରମଣ ଅଭିଯୋଗ

ଗତ ୧୦ ତାରିଖରେ ନୟାଗଡ଼ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବଧୁଲିପୁର ଗ୍ରାମର ୬୫ ବର୍ଷୀୟା ବୃଦ୍ଧା ଅଇଁଠା ବେହେରାଙ୍କୁ ଟଙ୍କା ନେଣଦେଣକୁ କେନ୍ଦ୍ରକରି ସେହି ଗ୍ରାମର ଝୁନୁ ବେହେରାଙ୍କ ପରିବାର ଲୋକେ ଠେଙ୍ଗାରେ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ବୃଦ୍ଧାଙ୍କ ପରିବାର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଠେଙ୍ଗା ମାଡ଼ରେ ବୃଦ୍ଧା ମୃତ୍ୟୁ ଘଟଣା, ପୁଣି ମୃତକ ପରିବାରକୁ ଆକ୍ରମଣ ଅଭିଯୋଗ
ଠେଙ୍ଗା ମାଡ଼ରେ ବୃଦ୍ଧା ମୃତ୍ୟୁ ଘଟଣା, ପୁଣି ମୃତକ ପରିବାରକୁ ଆକ୍ରମଣ ଅଭିଯୋଗ

By

Published : Mar 13, 2021, 12:53 PM IST

ନୟାଗଡ଼: ଠେଙ୍ଗା ମାଡ଼ରେ ମୃତ୍ୟୁ ବରଣ କରିଥିବା ବୃଦ୍ଧାଙ୍କ ପରିବାର ଉପରକୁ ପୁଣି ଆକ୍ରମଣ ଅଭିଯୋଗ । ସୂଚନାମୁତାବକ, ଗତ ୧୦ ତାରିଖ ବୁଧବାର ଦିନ ନୟାଗଡ଼ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବଧୁଲିପୁର ଗ୍ରାମର ୬୫ ବର୍ଷୀୟା ବୃଦ୍ଧା ଅଇଁଠା ବେହେରାଙ୍କୁ ଟଙ୍କା ନେଣଦେଣକୁ କେନ୍ଦ୍ରକରି ସେହି ଗ୍ରାମର ଝୁନୁ ବେହେରାଙ୍କ ପରିବାର ଲୋକେ ଠେଙ୍ଗାରେ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l ଓଡ଼ଗାଁ ଆଦର୍ଶ ଥାନାରେ ମୃତ ବୃଦ୍ଧା ଅଇଁଠା ବେହେରାଙ୍କ ସ୍ଵାମୀ ଅର୍ଜୁନ ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ କେଶ ନଂ ୨୬/୨୧ ରେ ଦଫା ୩୦୨, ୩୦୬, ୩୪ ଆଇ.ପି.ସି ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି l ହେଲେ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିବାରେ ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି l

ଠେଙ୍ଗା ମାଡ଼ରେ ବୃଦ୍ଧା ମୃତ୍ୟୁ ଘଟଣା, ପୁଣି ମୃତକ ପରିବାରକୁ ଆକ୍ରମଣ ଅଭିଯୋଗ

ଏପଟେ ଝୁନୁ ବେହେରା ପରିବାର ପକ୍ଷରୁ ତାଙ୍କ ଜ୍ବାଇଁ ରମେଶ ଗୌଡ଼ ମୃତ ଅଇଁଠା ବେହେରା ପରିବାର ଉପରେ ପୁଣି ଆକ୍ରମଣ କରିବାକୁ ନେଇ ଅଇଁଠା ବେହେରାଙ୍କ ପରିବାର ଲୋକ ଓ ଗ୍ରାମର କିଛି ଲୋକ ବାହାଡ଼ାଝୋଲା ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିବା ସହ ହୋହାଲ୍ଲା କରିଥିଲେ l

ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ଝୁନୁ ବେହେରାଙ୍କ ଜ୍ବାଇଁ ରମେଶ ଗୌଡ଼ଙ୍କୁ ପୋଲିସ ଉଠାଇ ଆଣିଥିଲା। ଯାହାଫଳରେ ଉତ୍ତେଜନା ହ୍ରାସ ପାଇଥିଲା l ତେବେ ଏନେଇ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details