ଓଡିଶା

odisha

ETV Bharat / state

ଜଳୁଛି ଜଙ୍ଗଲ; ଜନପ୍ରତିନିଧିଙ୍କ ସହାୟତା ଲୋଡିଲେ ମନ୍ତ୍ରୀ

ଜଙ୍ଗଲ ଜମି ସଂରକ୍ଷିତ ରଖିବାକୁ ମନ୍ତ୍ରୀ ଅରୁଣ ସାହୁଙ୍କ ବୈଠକ । ଭିସି ଯୋଗେ ଜନ ପ୍ରତିିନିଧିଙ୍କୁ ଆଲୋଚନା କରିବା ପରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଅଧିକ ପଢନ୍ତୁ...

ଜନପ୍ରତିନିଧିଙ୍କ ସହାୟତା ଲୋଡିଲେ ମନ୍ତ୍ରୀ
ଜନପ୍ରତିନିଧିଙ୍କ ସହାୟତା ଲୋଡିଲେ ମନ୍ତ୍ରୀ

By

Published : Mar 10, 2021, 7:02 AM IST

ନୟାଗଡ: ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବ୍ୟାପିବାରେ ଲାଗିଛି । ବିପଦରେ ଜୈବବିବିଧତା । ତେଣୁ ନିଆଁକୁ ଆୟତ୍ତ କରିବାକୁ ଜନପ୍ରତିନିଧିଙ୍କ ସହାୟତା ଲୋଡିଛନ୍ତି ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ । ଏନେଇ ନୟାଗଡ ବିଧାୟକ ଅରୁଣ ସାହୁ ଭିଡିଓ କନଫରେନ୍ସିଂ ଯୋଗେ ଏକ ବୈଠକ କରିଥିଲେ । ଜଙ୍ଗଲ ଜମିକୁ ସୁରକ୍ଷିତ ରଖିବାକୁ ଜନପ୍ରତିନିଧି ଓ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ଅରୁଣ । ନିଆଁ ଲାଗିବା ମାତ୍ରେ ତୁରନ୍ତ ବନବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ ।

ସେହିପରି ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ନିଆଁ ଲାଗିବାର କାରଣ ଏବଂ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବନ ବିଭାଗର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଏହି ବୈଠକରେ ସାମିଲ ହୋଇଥିଲେ । ତେବେ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ନିଆଁକୁ ଆୟତ୍ତ କରାଯାଇପାରିବ ବୋଲି କୁହାଯାଇଛି ।

ଏହି ବୈଠକରେ ଜିଲ୍ଲାପାଳଙ୍କ ଡ.ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଡ ଏଚଡି, ଓଡଗାଁ ବିଡିଓ ସ୍ବାତୀଲେଖା ଦାଶ, ନୟାଗଡ ବିଡିଓ ମନୋଜ ପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରତିନିଧି ଯୋଗ ଦେଇଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details