ଓଡିଶା

odisha

By

Published : Oct 11, 2022, 9:20 AM IST

Updated : Oct 11, 2022, 9:48 AM IST

ETV Bharat / state

ଓଡ଼ିଆ ସିନେମା ଇତିହାସରେ ପ୍ରଥମ: ହଲ୍‌ ମିଳିଲାନି, କଲ୍ୟାଣ ମଣ୍ଡପରେ ଫିଲ୍ମ ରିଲିଜ

ଓଡ଼ିଆ ସିନେମା ଇତିହାସରେ ପ୍ରଥମ । ହଲ୍‌ ନ ମିଳିବାରୁ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର । ଅଧିକ ପଢ଼ନ୍ତୁ

odia film premare rishk hela mate ishq releases at kalyan mandap in nayagarh
ହଲ ନମିଳିବାରୁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଫିଲ୍ମ

ନୟାଗଡ଼: ହଲ୍‌ ନମିଳିବାରୁ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା । ରବିବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ କେ.ମୂରଲୀକୄଷ୍ଣା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରେମରେ ରିସ୍କ ହେଲା ମୋତେ ଇସ୍କ' ର ଶୁଭମୁକ୍ତି ହୋଇଯାଇଛି । ଆଗାମୀ 6 ଦିନ ପର୍ଯ୍ୟନ୍ତ ଏହି ଫିଲ୍ମ ଚାଲିବା ନେଇ ସୂଚନା ମିଳିଛି ।

ଓଡ଼ିଆ ସିନେମା ଇତିହାସରେ ପ୍ରଥମ

ଓଡ଼ଗାଁ ବ୍ଲକର ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବାବେଳେ ସଞ୍ଜୟ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ସିତୁ, ସୂର୍ଯ୍ୟନ୍ ରଥ, ନରେନ୍ଦ୍ର ଗୌଡ଼ ସିନେମାଟୋଗ୍ରାଫର କରିଛନ୍ତି । ମୁଖ୍ୟ ଅଭିନୟରେ ଅଛନ୍ତି ଶୈଳେନ୍ଦ୍ର ଓ ଦିବ୍ୟା । ଖଳନାୟକ ଭୂମିକାରେ ଅଭିନେତା ଚିନ୍ତାମଣି ବିଶ୍ୱାଳ, ଚୌଧୁରୀ ଜୟପ୍ରକାଶ ଦାସ, ରତନ ମେହର, ଶୁଭ୍ରାଂଶୁ, ମୁନା, କାଳିଆ ଷଣ୍ଢ ନଜର ଆସିଛନ୍ତି । ପାର୍ଶ୍ଵ ଅଭିନେତ୍ରୀ ଅନୁପା, ଅଞ୍ଜନା ମିଶ୍ର, ଦୀପ୍ତି, ରାଜଲକ୍ଷ୍ମୀ,ଦେବ୍ ଏବଂ ଶିଶୁ କଳାକାର ଆଲିଆ, ତାପସ, ଆୟୁଷଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା । ସ୍ଥାନୀୟ ଶ୍ରୀ ରଘୁନାଥଙ୍କ ମନ୍ଦିରଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଚଳଚ୍ଚିତ୍ରର କଳାକାରମାନଙ୍କୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇ ଶତାଧିକ ଦର୍ଶକଙ୍କ ଗହଣରେ ଚଳଚ୍ଚିତ୍ରଟିର ଶୁଭମୁକ୍ତି କରାଯାଇଥିଲା । କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ରିଲିଜ୍‌ ହେଲା କ୍ୟାଟ୍ରିନାଙ୍କ Phone Bhoot ଟ୍ରେଲର, ରହିଛି ଭରପୂର କମେଡି

ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ଏହି ସିନେମା ପ୍ରଥମ ଥର ପାଇଁ ହଲ ବାହାରେ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଛି । ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଦିନକୁ ଦିନ ବୁଡିବାକୁ ବସିଥିବାବେଳେ କଲ୍ୟାଣ ମଣ୍ଡପରେ ଏଭଳି ଅଭିନବ ଉପାୟରେ ସିନେମା ରିଲିଜ କରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ନୟାଗଡ଼

Last Updated : Oct 11, 2022, 9:48 AM IST

ABOUT THE AUTHOR

...view details