ଓଡିଶା

odisha

ETV Bharat / state

ଫେସବୁକ ପ୍ରେମରୁ ପ୍ରତାରଣା, 3 ମାସ ପରେ ପ୍ରେମିକ ଗିରଫ

ଫେସବୁକରୁ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୁକ୍ତକୁ 3 ମାସ ପରେ ଗିରଫ କଲା ପୋଲିସ । ପ୍ରେମିକ ଜଣକ ଆଠଗଡ଼ ଅଞ୍ଚଳରେ ଅଗ୍ନିଶମ ବାହିନୀରେ କାମ କରୁଥିଲେ ।

ମୟୁରଭଞ୍ଜ
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Dec 4, 2019, 9:13 PM IST

ବାରିପଦା: ଫେସବୁକରୁ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା । ଏଭଳି ଏକ ଅଭିଯୋଗ ହୋଇଥିଲା ମୟୂରଭଞ୍ଜ କୁଳିଅଣା ଥାନା ଅଞ୍ଚଳରେ । ଏନେଇ ଗତ ତିନିମାସ ତଳେ ଜଣେ ଯୁବତୀ ଥାନାରେ ଏତଲା ଦେବା ସହ ଯୁବକଙ୍କୁ ଗିରଫ କରିବା ପାଇଁ ଏସପିଙ୍କୁ ଗୁହାରି ମଧ୍ୟ କରିଥିଲେ। ପୁଲିସ୍ ଆଖିରେ ଧୂଳିଦେଇ ଫେରାର ଥିବା ଅଭିଯୁକ୍ତ ଶୁକଦେବ ଶେଷରେ ଧରାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

୨୦୧୭ରେ ଫେସ୍‌ବୁକରୁ ଆରମ୍ଭ ହୋଇଥିବା ବନ୍ଧୁତା ପରେ ପ୍ରତାରଣାର ରୂପ ନେଇଥିଲା । ପ୍ରେମର ପ୍ରାୟ ୨ବର୍ଷ ପରେ ବିବାହ ପାଇଁ କହିବାରୁ ପ୍ରେମରେ ଏମିତି ହୁଏ କହି ଯୁବତୀଙ୍କୁ ରୋକଠୋକ ମନା କରିଦେଇଥିଲା ପ୍ରେମିକ । ମାତ୍ର ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଅଭିଯୁକ୍ତଙ୍କ ପକ୍ଷରୁ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ପ୍ରେମିକ ଜଣକ ଆଠଗଡ଼ ଅଞ୍ଚଳରେ ଅଗ୍ନିଶମ ବାହିନୀରେ କାମ କରୁଥିବା କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳର ଶୁକଦେବ ସିଂ। ଅକ୍ଟୋବର ୩ରେ ଏନେଇ କୁଳିଅଣା ଥାନାରେ ମାମଲା ରୁଜୁ ହୋଇଥିଲା। ମାତ୍ର ପୁଲିସ୍ ଆଖିରେ ଧୂଳିଦେଇ ଫେରାର ଥିବା ଅଭିଯୁକ୍ତ ଶୁକଦେବ ଶେଷରେ ଧରାପଡ଼ିଛି। କୁଳିଅଣା ଥାନା ପୋଲିସ ଅଭିଯୁକ୍ତ ଶୁକଦେବଙ୍କୁ ଗିରଫ କରିଥିବା ବେଳେ ବୁଧବାର କୋର୍ଟ ଚାଲଣ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details