ନୟାଗଡ଼: ଦିନେ ନର୍ସ ହୋଇ ରୋଗୀ ସେବା କରୁଥିଲେ, କିନ୍ତୁ ଆଜି ନିଜେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ରୋଗଶଯ୍ୟାରେ। ଚିକିତ୍ସା ପାଇଁ ଦରକାର ପଡୁଛି ପ୍ରାୟ 15 ଲକ୍ଷ ଟଙ୍କା l ଭଲ ହୋଇଗଲେ ପୂର୍ବ ପରି ପୁଣି ମାନବ ସେବା କରିବେ ଵୋଲି ଆଶା ବାନ୍ଧିଛନ୍ତି l ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗାଁର ଶୁଭଶ୍ରୀ ସ୍ବାଇଁଙ୍କର ।
ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗାଁରେ ସର୍ବେଶ୍ବର ସ୍ବାଇଁଙ୍କ ଝିଅ ଶୁଭଶ୍ରୀ ସ୍ବାଇଁ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କୋରୋନା ରୋଗୀଙ୍କୁ ସେବା ଦେଇ ଆସୁଥିଲେ l ହେଲେ ହଠାତ ଅସୁସ୍ଥ ହୋଇପଡ଼ିଲେ l ପରେ ଗତ ଜାନୁଆରୀ 29 ତାରିଖରେ ଭୁବନେଶ୍ବର Aiims ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଶୁଭଶ୍ରୀଙ୍କୁ l ପରୀକ୍ଷା ପରେ ତାଙ୍କର ୨ଟି କିଡନୀ ଖରାପ ଥିବା ଜଣାପଡ଼ିଥିଲା l ଖୁବ ଶୀଘ୍ର ଗୋଟିଏ କିଡନୀ ପ୍ରତିରୋପଣ ନ କଲେ ଜୀବନପ୍ରତି ବିପଦ ଥିବା କହିଥିଲେ ଡାକ୍ତର । କିଡ଼ନୀ ପ୍ରତିରୋପଣ ପାଇଁ ପ୍ରାୟ 15 ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାରର ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ l