ଓଡିଶା

odisha

By

Published : Jan 19, 2022, 12:54 PM IST

ETV Bharat / state

ନୟାଗଡ଼ରେ 2ୟ ଦିନରେ ଖାଲି ପଡ଼ିଲା ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ

ସାରା ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ। ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାରେ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ଦେଖାଦେଇଛି। ଅଧିକ ପଢ଼ନ୍ତୁ

nomination for zilla parishad in nayagarh
ନୟାଗଡ଼ରେ 2ୟ ଦିନରେ ଖାଲି ପଡ଼ିଲା ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ

ନୟାଗଡ଼: ସାରା ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ। ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାରେ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ଦେଖାଦେଇଛି । ହେଲେ ଦ୍ବିତୀୟ ଦିନରେ ମଧ୍ୟ ନୟାଗଡ଼ରେ ଜିଲ୍ଲା ପରିଷଦ ପାଇଁ କେହି ଫର୍ମ ପୂରଣ କରି ନଥିବା ଦେଖିବାକୁ ମିଳିଛି ।

ନୟାଗଡ଼ରେ 2ୟ ଦିନରେ ଖାଲି ପଡ଼ିଲା ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ

ନୟାଗଡ଼ ଜିଲ୍ଲାରେ ବିଜେପି ଏବଂ ବିଜେଡି ତରଫରୁ ଜିଲ୍ଲାପରିଷଦ ପ୍ରାର୍ଥୀ ମାନେ ଏଯାବତ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି l ଦ୍ବିତୀୟ ଦିନରେ ଖାଲି ପଡିଛି ଜିଲ୍ଲା ପରିଷଦ ପ୍ରାର୍ଥୀ ପତ୍ର ଦାଖଲ l ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ରାଜନୀତି ସରଗରମ ହୋଇଛି l ଦ୍ବିତୀୟ ଦିନରେ ଜିଲ୍ଲାରୁ ସରପଞ୍ଚ ପଦବୀ ପାଇଁ 36ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ସମିତି ସଭ୍ୟ ପ୍ରାର୍ଥୀ 31ଜଣ, ୱାର୍ଡ ସଭ୍ୟ ପ୍ରାର୍ଥୀ 463ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l

ସୂଚନାଯୋଗ୍ୟ, ପ୍ରଥମ ଦିନରେ ଜିଲ୍ଲାରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l ତେବେ ଆଜି(ବୁଧବାର) ବିଜେପି ଏବଂ ବିଜେଡି ଦଳ ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଘୋଷଣା ହେବା ନେଇ ସୂଚନା ମିଳିଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details