ଓଡିଶା

odisha

ETV Bharat / state

ନୟାଗଡ଼ରେ ଚତୁର୍ଥ ଦିନରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ନୟାଗଡ଼ର ପଞ୍ଚାୟତ ନିର୍ବାଚନ ଖବର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ନୟାଗଡ଼ରେ ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ୧୨୯୫ ଜଣ ପ୍ରାର୍ଥୀ ଫର୍ମ ପୂରଣ କରିଛନ୍ତି । ଅଧିକ ପଢ଼ନ୍ତୁ

nomination for panchayat election in Nayagarh
ନୟାଗଡ଼ରେ ଚତୁର୍ଥ ଦିନରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

By

Published : Jan 21, 2022, 12:11 PM IST

ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ନୟାଗଡ଼ରେ ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ୧୨୯୫ ଜଣ ପ୍ରାର୍ଥୀ ଫର୍ମ ପୂରଣ କରିଛନ୍ତି । ଜିଲ୍ଲାରେ ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ୧୦୩୪ ଜଣ ୱାର୍ଡ଼ ସଭ୍ୟ ପଦବୀ ପାଇଁ ଫର୍ମ ପୂରଣ କରିଛନ୍ତି। ସେହିପରି ୧୨୧ ଜଣ ସରପଞ୍ଚ, ୧୨୩ ଜଣ ସମିତି ସଭ୍ୟ ଓ ୧୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି l ଜିଲ୍ଲାରୁ ୧୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି l

ନୟାଗଡ଼ରେ ଚତୁର୍ଥ ଦିନରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ନୟାଗଡ଼ ବ୍ଲକରେ ୧୭୧ ଜଣ ୱାର୍ଡ଼ସଭ୍ୟ, ୧୭ ସରପଞ୍ଚ ପ୍ରାର୍ଥୀ ଏବଂ ୧୨ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୧୮ ୱାର୍ଡ଼ସଭ୍ୟ, ୧୧ ଜଣ ସରପଞ୍ଚ ପାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୭୮ ୱାର୍ଡ଼ ସଭ୍ୟ, ୨୨ ଜଣ ସରପଞ୍ଚ, ୧୧ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି l

ଗଣିଆ ବ୍ଲକରେ ମଧ୍ୟ ୩୦ ଜଣ ୱାର୍ଡ଼ସଭ୍ୟ, ୪ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୧୦୮ ଜଣ ୱାର୍ଡ଼ ସଭ୍ୟ, ୮ ଜଣ ସରପଞ୍ଚ, ୧୫ ଜଣ ସମତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୧୩୧ ଜଣ ୱାର୍ଡ଼ସଭ୍ୟ, ୧୨ ଜଣ ସରପଞ୍ଚ, ୧୧ ଜଣ ସମିତସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି l

ସେହିପରି ରଣପୁର ବ୍ଲକରେ ୧୩୫ ଜଣ ୱାର୍ଡ଼ସଭ୍ୟ, ୨୦ ଜଣ ସରପଞ୍ଚ ପାର୍ଥୀ, ୨୦ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି l ଓଡ଼ଗାଁ ବ୍ଲକରେ ସର୍ବାଧିକ ୨୬୩ ଜଣ ୱାର୍ଡ଼ସଭ୍ୟ, ୨୬ ଜଣ ସରପଞ୍ଚ ଏବଂ ୨୮ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details