ନୟାଗଡ: ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ନୟାଗଡର ରାଜସୁନାଖଳା ନିକଟତର କୋଟଗଡ଼ ଅନନ୍ତ ଗୁମ୍ଫା l ଏହି ପୀଠକୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି l ହେଲେ ଏଠାକାର ସମସ୍ୟା ଦେଖି ପର୍ଯ୍ୟଟକ ଏବେ ମୁହଁ ଫେରାଉଛନ୍ତି l
ଏହି ପର୍ଯ୍ୟଟନପୀଠକୁ ପକ୍କା ରାସ୍ତା ଟିଏ ନଥିବା ବେଳେ ମାଟି ରାସ୍ତା ଦେଇ ଯାଉଛନ୍ତି ପର୍ଯ୍ୟଟକ l ପ୍ରାୟ 5 ଶହ ମିଟର ଅଣଓସାରିଆ ମାଟି ରାସ୍ତା ଦେଇ ଯିବାକୁ ପଡୁଛି l ଯାହା ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି l