ଓଡିଶା

odisha

By

Published : Jan 20, 2021, 9:30 PM IST

ETV Bharat / state

ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ

ଅଗ୍ନିକାଣ୍ଡ ଘଟି ବେସାହାରା ହେଲେ 6 ପରିବାରକୁ ମିଳିନି ସରକାରୀ ସହାୟତା । ଅଧିକ ପଢନ୍ତୁ.....

ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ମିଳିନିଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ମିଳିନି ସହାୟତା ସହାୟତା
ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ମିଳିନି ସହାୟତା

ନୟାଗଡ଼: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଳିଗଲା 6 ବଖରା ଘର । ବେସାହାରା ହେଲେ 6 ପରିବାର l କିନ୍ତୁ ଏପର୍ଯ୍ୟନ୍ତ ବିପନ୍ନ ପରିବାରକୁ ସହାୟତା ମିଳିପାରିନାହିଁ l ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ପଥର ଦ୍ବାର ଗାଁରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏପର୍ଯ୍ୟନ୍ତ ବିପନ୍ନ ପରିବାର ପର୍ଯ୍ୟନ୍ତ ସରକାରୀ ପ୍ରାଥମିକ ସହାୟତା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି ।

ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ମିଳିନି ସହାୟତା

ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଖବର ପାଇ ଖଣ୍ଡପଡା ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l କିନ୍ତୁ ସବୁକିଛି ଜଳି ଯାଇଥିବା ଯୋଗୁ 6 ପରିବାର ଏବେ ବେସାହାରା ହୋଇ ପଡିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ବିପନ୍ନ ପରିବାରକୁ ସହାୟତା ମିଳି ନଥିବା ଅଭିଯୋଗ ହୋଇଛି l ତୁରନ୍ତ ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details