ନୟାଗଡ଼:ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ତଥା ଦାରିଦ୍ର୍ୟ ଅସହାୟ ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କାଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏପଟେ ଜିଲ୍ଲାର ନୂଆଗାଁ ବ୍ଲକରେ ଆବାସ ଯୋଜନା ଭେଳିକି ପାଲଟିଛି । ଏଠାରେ ଅଯୋଗ୍ୟ ହିତାଧିକାରୀ ପକ୍କାଘର ପାଉଥିବା ଦେଖିବାକୁ ମିଳିଛି ।
ନୂଆଗାଁ ବ୍ଲକର ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ଗାଁ ମୁଣ୍ଡରେ ବାସ କରୁଥିବା ରବିନ୍ଦ୍ର ସେଠି ସିଲେଇ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଏହାରି ମଧ୍ୟରେ ଗୋଟିଏ ଝିଅ ବାହାଘର ମଧ୍ୟ କରିଛନ୍ତି । ଭେଣ୍ଡିଆ ପୁଅକୁ ଅକାଳରେ ହରେଇଛନ୍ତି ରବିନ୍ଦ୍ର ସେଠି । ପରିବାର କହିଲେ ସ୍ବାମୀ ଏବଂ ସ୍ତ୍ରୀ । ଉଭୟ ସ୍ବାମୀ, ସ୍ତ୍ରୀ ମାଟି କାନ୍ଥ ସହ ଭଙ୍ଗା କୁଡ଼ିଆରେ କୋଡିଏ ବର୍ଷ ହେବ ରହିଆସୁଛନ୍ତି ।