ଓଡିଶା

odisha

ETV Bharat / state

ଅବହେଳିତ ମାଧବ ଗୋସ୍ୱାମୀ ପୀଠ; ପ୍ରତ୍ନତତ୍ତ୍ବ ବିଭାଗକୁ ଦୃଷ୍ଟି ଦେବାକୁ ଦାବି - Madhav Goswami Peeth

ଜଗନ୍ନାଥ ସଂସ୍କୃତିକୁ ବହନ କରୁଥିବା ମାଧବ ଗୋସ୍ବାମୀ ପୀଠ ଏବେ ଜରାଜୀର୍ଣ୍ଣ ହୋଇପଡିଛି । ପୀଠର ଉନ୍ନତି ପାଇଁ ସରକାର ଦୃଷ୍ଟି ଦେବାକୁ ସାଧାରଣ ଲୋକେ ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି। ଅଧିକ ପଢନ୍ତୁ...

ଅବହେଳିତ ମାଧବ ଗୋସ୍ୱାମୀ ପୀଠ
ଅବହେଳିତ ମାଧବ ଗୋସ୍ୱାମୀ ପୀଠ

By

Published : Jan 24, 2021, 12:16 PM IST

ନୟାଗଡ: ଅବହେଳିତ ମାଧବ ଗୋସ୍ବାମୀ ପୀଠ । ଜଗନ୍ନାଥ ସଂସ୍କୃତିକୁ ବହନ କରୁଥିବା ଏହି ପୀଠ ଏବେ ଜରାଜୀର୍ଣ୍ଣ ହୋଇପଡିଛି । ହେଲେ ଏଥିପାଇଁ ସରକାର କିମ୍ବା ପ୍ରଶାସନ କାହାରି ମଧ୍ୟରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ । ପୀଠର ଉନ୍ନତି ପାଇଁ ସରକାର ଦୃଷ୍ଟି ଦେବାକୁ ସାଧାରଣ ଲୋକେ ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି।

ଅବହେଳିତ ମାଧବ ଗୋସ୍ୱାମୀ ପୀଠ

1363 ଶତାବ୍ଦୀରେ ରଣପୁର ରାଜା ଉଦ୍ଧବ ସିଂ ପୁରୀ ଶ୍ରୀମନ୍ଦିରରୁ ପ୍ରାପ୍ତ ହୋଇଥିଲେ ମାଧବ ଗୋସ୍ବାମୀ । ଏହାକୁ ନୟାଗଡ ଜିଲ୍ଲା ଚମ୍ପାଗଡ ଠାରେ ସ୍ଥାପନ କରାଯାଇଥିଲା । କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟିରେ ଆଢୁଆଳରେ ଅବହେଳିତ ଭାବେ ରହିଛି ମାଧବ ଗୋସ୍ବାମୀ ପୀଠ । ରଣପୁର ରାଜା ଉଦ୍ଧବ ସିଂ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ବାର ମାସରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା ତେର ଯାତ୍ରାରେ ସେ ପୁରୀ ଯାଇ ଦର୍ଶନ କରିବାକୁ ଯାଆନ୍ତି । ହେଲେ ଦିନେ ବନ୍ୟାରେ ନଦୀ ବଢି ଯିବାରୁ ଜଙ୍କିଆ ଗଡରେ ଅଟକି ରହିଲେ ରାଜା । ଫଳରେ ଜଗନ୍ନାଥଙ୍କ ଦର୍ଶନ କରିବାରୁ ତାଙ୍କୁ ସେଦିନ ବଞ୍ଚିତ ହେବାକୁ ପଡିଲା । ତା ପର ଦିନ ଶ୍ରୀମନ୍ଦିର ଯାଇ କଳ୍ପବଟ ମୂଳରେ 7 ଦିନ ଅଧିଆ ପଡିଥିଲେ ।

ଏହା ପରେ ପ୍ରଭୁ ଜଗନ୍ନାଥ ଗଜପତି ରାଜା ପ୍ରତାପ ରୁଦ୍ର ଦେବଙ୍କୁ ସ୍ବପ୍ନାଦେଶ ପରେ ଗଜପତି ଶ୍ରୀମନ୍ଦିରରୁ ମାଧବ ଗୋସ୍ବାମୀଙ୍କୁ ରଣପୁର ରାଜା ଉଦ୍ଧବ ସିଂଙ୍କୁ ପ୍ରତିଦିନ ଦର୍ଶନ ପାଇଁ ପ୍ରଦାନ କରିଥିଲେ । ସେହି ଦିନ ଠାରୁ ମାଧବ ଗୋସ୍ବାମୀଙ୍କୁ ରଣପୁରଗଡରେ ରଖି ପୂଜାର୍ଚ୍ଚନା କରି ଦର୍ଶନ କରୁଥିଲେ । କଳାପାହାଡ଼ ଆକ୍ରମଣ ସମୟରେ ମୂଳ ମାଧବ ଗୋସ୍ବାମୀଙ୍କୁ ଚମ୍ପାଗଡ ଠାରେ ଲୁଚାଇ ରଖି ପୂଜା କରାଉଯାଉଥିବା l ୧ଏହା 1952 ମସିହାରେ ବନ୍ଦୋବସ୍ତ ରିପୋର୍ଟରେ ଉଲ୍ଲେଖ ଥିବା ଜଗନ୍ନାଥ ପ୍ରେମୀ କୁହନ୍ତି । ଆଜି ସେହି ମୂଳ ମାଧବ ଗୋସ୍ବାମୀ ଏବେ ଅବହେଳିତ ହୋଇ ରହିଛନ୍ତି । ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେଲେ ଅନେକ ଲୁକ୍କାୟିତ ତଥ୍ୟ ଜଥନ୍ନାଥ ସଂସ୍କୃତି ଗବେଷକ ମାନଙ୍କୁ ମିଳିପାରିବ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details