ଓଡିଶା

odisha

ETV Bharat / state

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା - ଦରଦାମ ବୃଦ୍ଧି ପ୍ରତିବାଦରେ ଧାରଣା

ରାଜ୍ୟରେ ଦରଦାମ ବୃଦ୍ଧି ନେଇ ନୟାଗଡ ଜିଲ୍ଲା ରଣପୁର ଭାରତୀୟ ଜାତୀୟ କଂଗ୍ରେସ ଦଳର ଗଣଧାରଣା । ବ୍ଲକ ଆଗରେ 14ଦଫା ଦାବି ନେଇ ଧାରଣା ଦେଲା ଦଳ । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା
ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

By

Published : Jul 7, 2021, 9:22 PM IST

ନୟାଗଡ଼: ରାଜ୍ୟରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା । ନୟାଗଡ ଜିଲ୍ଲା ରଣପୁର ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବୁଧବାର ରଣପୁର ବ୍ଲକ ସମ୍ମୁଖରେ ଏହି ଧାରଣା ଦିଆଯାଇଛି l 14ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ ।

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

କଂଗ୍ରେସ ଦଳର ମୁଖ୍ୟ ଦାବି ହେଉଛି ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟକୁ ହ୍ରାସ କରାଯାଉ । ଧାନ କ୍ବିଣ୍ଟାଲ ପିଛା 2 ହଜାର 930 ଟଙ୍କାକୁ ବୃଦ୍ଧି କରାଯାଉ । ଧାନ କିଣିବା ଟୋକନର ଅବଧିକୁ ଜୁନ 30 ପରିବର୍ତ୍ତେ ଜୁଲାଇ 25 ତାରିଖକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ରବି ଋତୁରେ ସମସ୍ତ ଚାଷୀଙ୍କୁ କୀଟନାଶକ ଔଷଧ, ସାର ଏବଂ ରାଜ୍ୟ ସରକାର କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ l

ଏହି ଗଣଧାରଣାରେ ରଣପୁର ବ୍ଲକ ସଭାପତି ଦିଲ୍ଲୀପ କୁମାର ଜେନା, ଓଡିଶା କଂଗ୍ରେସ ସମ୍ପାଦକ ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଯୁବ ଶାଖା ସଭାପତି ସତ୍ୟବ୍ରତ ନାୟକ, ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମିର ଅବୁବକର ସିଦ୍ଧିକ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ଧ୍ରୁବଚରଣ ପରିଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ l ଯଦି ଆଗାମୀ ଦିନରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଦରଦାମ ବୃଦ୍ଧି ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ଅଖ ଚକ ବନ୍ଦ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି l

ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ନେଇ ରାଜ୍ୟବ୍ୟାପୀ କଂଗ୍ରେସ ପ୍ରତିବାଦ କରୁଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details