ନୟାଗଡ: ଦିନକୁ ଦିନ ନୂଆ ମୋଡ ନେଉଛି ନୟାଗଡ ନାବାଳିକା ହତ୍ୟା ଘଟଣା । ଘଟଣାରେ ପୁଣି ଏକ ନୂଆ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି । ଭାଇରାଲ ଭିଡିଓ ଅଜଣାତରେ ସୁଟିଙ୍ଗ ହୋଇଥିବା କହିଛନ୍ତି ନାବାଳିକାର ବାପା ଅଶୋକ ସାହୁ ।
ସୂଚନାଅନୁସାରେ, ଗତ ବୁଧବାର ନୟାଗଡ଼ର ଜଣେ ସମାଜସେବୀ ମୃତ ନାବାଳିକାର ଘରକୁ ଯାଇଥିଲେ । ସେଠାରେ ସେ ନାବାଳିକାର ବାପା ଓ ମାଆକୁ ବସାଇ ଘଟଣା ବିଷୟରେ ଆଲୋନଚା କରିଥିଲେ । କଥାବାର୍ତ୍ତାର 5ମିନିଟ୍ 58ସେକେଣ୍ଡର ଏକ ଲାଇଭ ଭିଡିଓ ରେକଡିଂ ହୋଇଛି । ଯାହା ଫେସବୁକରେ ସେୟାର କରାଯାଇଛି । ଉକ୍ତ ଭିଡଓରେ ସରୋଜ ଉପରେ ଆମର ସନ୍ଦେହ ଥିଲା, ଅରୁଣ ବୋଥ୍ରାଙ୍କୁ ପିଟିବ ବୋଲି ଆଗୁଆ ଟିଭିରେ କାହିଁକି କହିଲା ?’’ ଭଳି ଅନେକ କଥାବାର୍ତ୍ତା ହୋଇଥିଲା ଦେଖିବାକୁ ମିଳିଛି ।