ନୟାଗଡ:ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା । ଆଜି (ବୁଧବାର) LVA ଟେଷ୍ଟ ଉପରେ ଶୁଣାଣି କରିବେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ ।
ପ୍ରଥମେ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି l ଦୁଇଟିଯାକ ଟେଷ୍ଟ ପାଇଁ ଅଭିଯୁକ୍ତ ଅମଙ୍ଗ ହେବାରୁ ତାହା ଖାରଜ ହୋଇଥିଲା l ପରେ ଏସଆଇଟି ପୁଣି LVA ଟେଷ୍ଟ ପାଇଁ ଆବେଦନ କରିଥିଲା । ଆଜି ଏହାର ଶୁଣାଣି କରିବ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ । ଅନୁଗୋଳ ବାଳ ସୁଧାର ଗୃହରୁ ସୁରକ୍ଷା ବଳୟ ଭିତରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚତୁର୍ଥ ଥର ପାଇଁ ହାଜର ହୋଇଛି ଅଭିଯୁକ୍ତ ।