ନୟାଗଡ଼:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ଆବଶ୍ୟକ ୨୦ ରୁ ୨୫ ଲକ୍ଷ ଟଙ୍କା । ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ କୋମଣ୍ଡ ଗାଁର ରବୀନ୍ଦ୍ର କୁମାର ପ୍ରଧାନ l ରକ୍ତ କର୍କଟରେ ପୀଡିତ ହୋଇ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି l ଏବେ ସେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି l ଅଧିକ ଚିକିତ୍ସା ପାଇଁ ପ୍ରାୟ ୨୦ ରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି l ଏତେ ଟଙ୍କା କେଉଁଠୁ ଆଣିବେ ତାହାକୁ ନେଇ ଚିନ୍ତାରେ ପରିବାର ଲୋକେ l ରବୀନ୍ଦ୍ର ପାରାଦ୍ବୀପରେ ଏକ କମ୍ପାନୀରେ ଚାକିରି କରିଥିଲେ l ପରିବାର ଚଳାଇବାରେ ସକ୍ଷମ ଥିଲେ l
ହେଲେ ହଠାତ ଦେହ ଖରାପ ଆରମ୍ଭ ହେଲା l ପ୍ରଥମେ ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖା କରିଥିଲେ । ହେଲେ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର l ଏବେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି ରବୀନ୍ଦ୍ର l ଅର୍ଥ ନଥିବାରୁ କେମୋ ଦିଆଯାଇପାରୁନି l ଫଳରେ ରବୀନ୍ଦ୍ରଙ୍କ ଦେହ ଅଧିକ ଅସୁସ୍ଥ ହେଉଛି l