ଓଡିଶା

odisha

ବୀର ଯବାନ ଏବଂ ନନ୍ଦ ସାରଙ୍କୁ ନୟାଗଡବାସୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

By

Published : Dec 13, 2021, 9:46 AM IST

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା(Chopper Crash)ରେ ସହିଦ ବୀର ଯବାନ ଓ ପଦ୍ମଶ୍ରୀ ନନ୍ଦ ପୃଷ୍ଟି (Padma Shri Nanda Prusti)ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ନୟାଗଡବାସୀ l

ବୀରଯବାନ ଏବଂ ନନ୍ଦ ସାରଙ୍କୁ ଝୁରିଲେ ନୟାଗଡ଼ବାସୀ, ଜ୍ଞାପନ କଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ବୀରଯବାନ ଏବଂ ନନ୍ଦ ସାରଙ୍କୁ ଝୁରିଲେ ନୟାଗଡ଼ବାସୀ, ଜ୍ଞାପନ କଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନୟାଗଡ଼: କୁନ୍ନୁର ବିମାନ ଦୁର୍ଘଟଣା(Chopper Crash)ରେ ସହିଦ ବୀର ଯବାନ ଓ ପଦ୍ମଶ୍ରୀ ନନ୍ଦ ପୃଷ୍ଟି (Padma Shri Nanda Prusti)ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ନୟାଗଡବାସୀ l ଏନେଇ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଜିଲ୍ଲା ସେବା ଉତ୍ସବ ସମିତି (Seba Uchhaba Samiti Nayagarh)ଆନୁକୁଲ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ସ୍ମୃତିଚାରଣ ସଭାରେ ସିଡିଏସ ବିପିନ ରାୱତ(CDS General Bipin Rawat)ଙ୍କ ସମେତ ଅନ୍ୟ 12ଜଣ ସହିଦ ଓ ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏଥି ସହ ନୟାଗଡ଼ର ବରପୁତ୍ର ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନ ଓ ସେବା ଉତ୍ସବ ସମିତିର ସ୍ବେଛାସେବୀ କାହ୍ନାଙ୍କ ସ୍ମୃତି ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l

ବୀରଯବାନ ଏବଂ ନନ୍ଦ ସାରଙ୍କୁ ଝୁରିଲେ ନୟାଗଡ଼ବାସୀ, ଜ୍ଞାପନ କଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ୟୁଥଫର ଆକ୍ସନର ଜିଲ୍ଲା ଉପଦେଷ୍ଟା ସଞ୍ଜୟ କୁମାର ନାୟକ, ସମଜସେବୀ ସନ୍ତୋଷ ପ୍ରଧାନ ପ୍ରମୁଖ ସାମିଲ ହୋଇ ଅମର ଆତ୍ମାର ସଦଗତି କାମନା କରିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details