ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଉଆସପାଟଣା ଗାଁରେ ବୋମା ବିସ୍ଫୋରଣ ଘଟଣାକୁ ପୁରିଲାଣି ମାସେ l ଗତ ମେ ମାସ 4 ତାରିଖ ବିଳମ୍ବିତ ରାତିରେ ଏହି ଗାଁରେ ବୋମାମାଡ଼ ହୋଇଥିଲା । କିନ୍ତୁ, ଏଯାବତ ଏହାର ଟେର ପାଉନି ପୋଲିସ l
ଗାଁ ଦାଣ୍ଡରେ ଫୁଟିଥିଲା ବୋମା । ଶାନ୍ତ ପରିବେଶରେ କାୟା ବିସ୍ତାର କରିଥିଲା ବାରୁଦ ଧୂଆଁ । କେହି କିଛି ବୁଝିବା ପୂର୍ବରୁ ପ୍ରଚଣ୍ଡ ଶବ୍ଦ କରି ବିଷାକ୍ତ ଧୂଆଁ ସମଗ୍ର ଗାଁକୁ ବିସ୍ତାର କରି ଯାଇଥିଲା । ସିମେଣ୍ଟ କଂକ୍ରିଟ ରାସ୍ତା ଖୋଳି ହୋଇଯାଇଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଗାଁ । ହେଲେ କିଏ ଏହି ବୋମା ପକାଇଲା ? ବୋମା ମାଡ଼ କରିବାର ପ୍ରକୃତ କାରଣ କ’ଣ ? କେଉଁ ଉଦ୍ଦେଶ୍ୟ ରଖି କରା ଯାଇଥିଲା ବୋମା ମାଡ଼ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି ।