ଓଡିଶା

odisha

ETV Bharat / state

ଆନ୍ତଃରାଜ୍ୟ ଲୁଟେରାଙ୍କୁ ରିମାଣ୍ଡରେ ଆଣିବ ନୟାଗଡ ପୋଲିସ - ନୟାଗଡରେ ବିପୁଳ ସୁନା ଅଳଙ୍କାର ଜବତ ଘଟଣା

ନୟାଗଡ଼ ଜିଲ୍ଲାରେ ବିପୁଳ ସୁନା ଅଳଙ୍କାର ଜବତ ଘଟଣା । ୨ ଆନ୍ତଃରାଜ୍ୟ ଲୁଟେରାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଅଧିକ ପଢନ୍ତୁ

Nayagarh police to take Interstate looters in remand
ବିପୁଳ ସୁନା ଅଳଙ୍କାର ଜବତ ଘଟଣା, ଆନ୍ତଃରାଜ୍ୟ ଲୁଟେରାଙ୍କୁ ରିମାଣ୍ଡରେ ଆଣିବ ପୋଲିସ

By

Published : Jun 5, 2022, 4:18 PM IST

ନୟାଗଡ଼: ଜିଲ୍ଲା ପୋଲିସ ସ୍କାନରରେ ଆନ୍ତଃରାଜ୍ୟ ଲୁଟେରା । ଗତକାଲି ଗୋଟିଏ ଗ୍ୟାଙ୍ଗର ୨ ଆନ୍ତଃ ଲୁଟେରା ଭାଇଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ଏହି ୨ ଭାଇଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଗିରଫ ପରେ ୨ ଭାଇଙ୍କ କ୍ରାଇମ ନେଟୱାର୍କ ଲମ୍ବା ଥିବା ପୋଲିସ ଜାଣିବାକୁପାଇଛି । ସେଥିପାଇଁ ରିମାଣ୍ଡରେ ଆଣି ପଚରାଉଚୁରା ପରେ ଅନେକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା ରଖିଛି ।

ସେମାନଙ୍କ ଠାରୁ ବିପୁଳ ପରିମାଣର ଚୋରି ଅଳଙ୍କାର ଓ ଟଙ୍କା ଜବତ କରିଛି ନୟାଗଡ଼ ପୋଲିସ । ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ହେଉଥିବା ଚୋରିରେ ଏମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି । ନୟାଗଡ଼ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କରି ଏହାର ତଦନ୍ତ ଚଲାଇଛି ପୋଲିସ । ଏହି ସବୁ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୨ ଭାଇଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ଗତକାଲି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ୨ ଭାଇ ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲୀପ ନାୟକ ଏବଂ ଚନ୍ଦନ ନାୟକ ହୋଇଥିବା ପୋଲିସ କହିଛି । ଏମାନଙ୍କ ଠାରୁ ୧.୫ କେଜି ରୁପା ଏବଂ ୨ ଲକ୍ଷ ଟଙ୍କାର ସୁନା ଜବତ କରିଛି ।

ବିପୁଳ ସୁନା ଅଳଙ୍କାର ଜବତ ଘଟଣା, ଆନ୍ତଃରାଜ୍ୟ ଲୁଟେରାଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ଏହା ସହିତ ନଗଦ ୫୫ ହଜାର ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ଏହି ୨ ଭାଇ ନୟାଗଡ଼ ଟାଉନ ଥାନା ସମେତ ଲକ୍ଷ୍ମୀସାଗର ଥାନା, ଏୟାର ଫିଲଡ ଥାନା, ଧଉଳି ଏବଂ ବରଗଡ଼ ଥାନାରେ ଅନେକ ଲୁଟ୍‌ ମାମଲା ଥିବା ପୋଲିସ ସୂଚନା ଦେଇଛି । ପ୍ରଥମେ ଏହି ୨ ଭାଇଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ସହ ଅନ୍ୟ କେଉଁ କେଉଁ ମାନେ ସାମିଲ ଅଛନ୍ତି ଏବଂ ଅନ୍ୟ କେଉଁ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବୋଲି କହିଛି ।

ABOUT THE AUTHOR

...view details