ନୟାଗଡ଼:ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷା ଜିଲ୍ଲାରେ ଛାଡ଼ିଛି ସତ କିନ୍ତୁ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଜିଲ୍ଲାର 8ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଶତାଧିକ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ସେପଟେ ଜମିରେ ବନ୍ୟା ପାଣି ମାଡ଼ିଯିବାରୁ ହେକ୍ଟର ହେକ୍ଟର ଜମି ପନିପରିବା ଠାରୁ ଆରମ୍ଭ କରି ଧାନ ଫସଲ ସହିତ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।
3 ଦିନର ଲଗାଣ ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସହ କେହି ମୃତାହତ ହେଇନାହାନ୍ତି । ଗ୍ରାଉଣ୍ଡରେ ପହଞ୍ଚି RI ଓ ତହସିଲଦାର ମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ପ୍ରଶାସନ ତରଫରୁ ସରକାରଙ୍କୁ ରିପୋର୍ଟ ଦିଆଯିବ । ଲଗାଣ ବର୍ଷା ଯୋଗୁଁ ଗାଁ ଦାଣ୍ଡ, ଘରଦ୍ବାର ସବୁ ଜଳମୟ ହୋଇଯାଇଛି । ଅନେକ ସ୍ଥାନରେ ଏବେ ମଧ୍ୟ 3ରୁ 4 ଫୁଟର ବନ୍ୟା ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି ।