ନୟାଗଡ଼:ଜିଲ୍ଲାର ଗର୍ବ ଓ ଗୌରବ ମହାନ ହାସ୍ୟକବି ଉତ୍କଳ ଘଣ୍ଟ ଯଦୁମଣି (Utkal Ghanta Jadumani Mahapatra) ଙ୍କ ପ୍ରତିମୂର୍ତ୍ତିରେ ତିରୋଧାନ ଦିବସକୁ ନେଇ ଭୁଲ ତଥ୍ୟ ଉଲ୍ଲେଖ ରହିଛି । ଭୁଲ ଲେଖା ହେବା ସହ ଏଥିରେ ଅସମ୍ପୂର୍ଣ୍ଣ ତଥ୍ୟ ରହିଥିବା ନେଇ ଅଭିଯୋଗ ହୋଇଛି । ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହାର ତୁରନ୍ତ ସଂଶୋଧନ ପାଇଁ ସାଧାରଣରେ ଦାବି ହୋଇଛି ।
ଯଦୁମଣିଙ୍କ ପ୍ରତିମୂର୍ତ୍ତିରେ ଭୁଲ ତଥ୍ୟ, ସାଧାରଣରେ ଅସନ୍ତୋଷ ପ୍ରତିମୂର୍ତ୍ତିରେ ଭୁଲ ଲେଖା ହେବା ସହ ଅସମ୍ପୂର୍ଣ୍ଣ ତଥ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରତିମୂର୍ତ୍ତି ବର୍ଷେ ତଳେ ସ୍ଥାପନ ହୋଇଥିଲା । 'କାବ୍ୟ ରାଘବ ବିଳାସ' ଏବଂ 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ର ରଚୟିତା ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର । ଏହି କାବ୍ୟଦ୍ବୟ ତାଙ୍କୁ କାଳଜୟୀ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାପିତ ପ୍ରତିମୂର୍ତ୍ତୀ ସୂଚନା ଫଳକରେ ତୃଟିପୂର୍ଣ୍ଣ ତଥ୍ୟ ପରିଲକ୍ଷିତ ହୋଇଛି । ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥାପିତ ଉତ୍କଳ ଘଣ୍ଟଙ୍କ ଜନ୍ମ ତାରିଖ ଠିକ ଥିବା ବେଳେ ତିରୋଧାନ ତାରିଖରେ ଭୁଲ ତଥ୍ଯ ରହିଛି ।
ଯଦୁମଣିଙ୍କ ପ୍ରତିମୂର୍ତ୍ତିରେ ଭୁଲ ତଥ୍ୟ, ସାଧାରଣରେ ଅସନ୍ତୋଷ ଏହା ବି ପଢନ୍ତୁ- ବନ୍ୟାର ଛାତିଥରା ଘଟଣା ବଖାଣିଲେ ମହିଳା, ରାତି ଅଧରେ ମାଡ଼ି ଆସିଲା ପାଣି
ପ୍ରତିମୂର୍ତ୍ତୀରେ ତିରୋଧାନ ଦିବସ ୧୮୯୯ ଶ୍ରୀଗୁଣ୍ଡିଚା ବୋଲି ଲେଖା ଅଛି । କବି ଯଦୁମଣି ୧୮୬୬ ମସିହା ଜୁଲାଇ ୨ ତାରିଖ ଶ୍ରୀଗୁଣ୍ଡିଚା ଦିନ ମୃତ୍ୟୁବରଣ କରିଥିବା ବେଳେ ପ୍ରତିମୂର୍ତ୍ତୀ ସ୍ଥଳରେ ଥିବା ଫଳକରେ ୧୮୯୯ ମସିହା ଶ୍ରୀଗୁଣ୍ଡିଚା ବୋଲି ଉଲ୍ଲେଖ ରହିଛି । ବିଶିଷ୍ଟ ଶିକ୍ଷାବିତ ତଥା ଯଦୁମଣି ସାହିତ୍ୟର ଗବେଷକ ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କୁ ଭୁଲ ସୂଚନା ଦେବ ବୋଲି ପ୍ରକାଶ କରିବା ସହିତ ଏହାର ତୁରନ୍ତ ସଂଶୋଧନ ଦାବି କରିଛନ୍ତି ।
ସେହିପରି ସ୍ଥାପିତ ହୋଇଥିବା ଯଦୁମଣିଙ୍କ ପ୍ରତିମୂର୍ତ୍ତୀ ଯଦୁମଣିଙ୍କ ଚେହେରା ସହ ଆଦୌ ସାମଞ୍ଜସ୍ୟ ନଥିବା ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ତଥା ଜନସାଧାରଣ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ତୃଟି ସୁଧାରିବା ସହିତ ପ୍ରତିମୂର୍ତ୍ତୀ ବଦଳାଇ ଅବିକଳ ଯଦୁମଣିଙ୍କ ପ୍ରତିମୂର୍ତ୍ତୀ ପୁନଃସ୍ଥାପନ କରିବା ପାଇଁ ସାଧାରଣରେ ଦାବି ହେଉଛି । ସୂଚନା ଥାଉକି ବର୍ଷକ ତଳେ କେହି ଦୁର୍ବୃତ୍ତ ଯଦୁମଣିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିଲା । ଫଳରେ ସେତେବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଯିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ନୂଆ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।
ଇଟିଭି ଭାରତ, ନୟାଗଡ଼