ନୟାଗଡ଼: ପରୀ ହତ୍ୟା ଘଟଣାକୁ ନେଇ ନୟାଗଡରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍ । ଶୁକ୍ରବାର ନୟାଗଡରେ ପହଁଞ୍ଚି ପରୀ ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତ ଆରମ୍ଭ କଲେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ l
ସୂଚନା ଅନୁଯାୟୀ, ଗୁରୁବାର ଅନ୍ୟ ଏକ ଟିମ ମଧ୍ୟ ତଦନ୍ତ କରି ଫେରିଛନ୍ତି l ଗୁରୁବାର 3 ଜଣିଆ ଟିମ ଆସି ମୃତ ପରୀର ବାପା ଓ ମାଙ୍କୁ ପଚରା ଉଚରା କରିଥିଲେ l କ୍ରାଇମବ୍ରାଞ୍ଚ ଟିମ ନୟାଗଡ ଏସପିଙ୍କ ସହିତ ଘଟଣା ବିଷୟରେ ପଚାରିଥିଲେ । ପରେ ଯୋଗିଆପଲ୍ଲୀରେ ଥିବା ପରୀର ମା ଓ ବାପାଙ୍କୁ ପଚରାଉଚରା କରିଥିଲେ l