ଓଡିଶା

odisha

By

Published : Dec 22, 2020, 5:43 PM IST

ETV Bharat / state

ପରୀ ହତ୍ୟା ମାମଲା: ସନ୍ଦେହୀ ପୋଖରୀକୁ ଶୁଖାଯାଉଛି

ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ଗତ ଜୁଲାଇ 23 ତାରିଖରେ ପରୀର କଙ୍କାଳ ପୋଖରୀ କୂଳରୁ ମିଳିଥିଲା l ତେବେ ଅବଶିଷ୍ଟାଂଶ ହାଡ଼ମାଂସ ପୋଖରୀରେ ପଡ଼ିଥିବା ସନ୍ଦେହ କରି ପୋଖରୀକୁ ଶୁଖାଯିବ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ପରୀ ହତ୍ୟା ମାମଲା: ସନ୍ଦେହୀ ପୋଖରୀକୁ ଶୁଖାଇଯାଉଛି
ପରୀ ହତ୍ୟା ମାମଲା: ସନ୍ଦେହୀ ପୋଖରୀକୁ ଶୁଖାଇଯାଉଛି

ନୟାଗଡ଼: ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ଗତକାଲି (ସୋମବାର) ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ଆଜି ଠାରୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ ଅଭିଯୁକ୍ତକୁ l ଏପଟେ ପ୍ରମାଣ ଯୋଗାଡ ପାଇଁ ଆକ୍ସନ ମୁଡରେ ଏସଆଇଟି । ମାମଲାରେ ଗାଁ ପୋଖରୀକୁ ନେଇ ବଢ଼ିଛି ସନ୍ଦେହ ।

ପରୀ ହତ୍ୟା ମାମଲା: ସନ୍ଦେହୀ ପୋଖରୀକୁ ଶୁଖାଇଯାଉଛି

ଆଉ ସେହି ପ୍ରମାଣ ପାଇଁ ଏସଆଇଟି ପକ୍ଷରୁ ନୟାଗଡର ଯଦୁପୁର ଗାଁରେ ଥିବା ଏକ ପୋଖରୀକୁ ସମ୍ପୂର୍ଣ୍ଣ ଶୁଖାଇବ l ସେଥିପାଇଁ ପୋଖରୀରୁ ପାଣି ଶୁଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଜୁଲାଇ 23 ତାରିଖରେ ପରୀର କଙ୍କାଳ ପୋଖରୀ କୂଳରୁ ମିଳିଥିଲା l ତେବେ ଅବଶିଷ୍ଟାଂଶ ହାଡ଼ମାଂସ ପୋଖରୀରେ ପଡ଼ିଥିବା ସନ୍ଦେହ କରି ପୋଖରୀକୁ ଶୁଖାଯିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଥାଉକି ପରୀକୁ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା ଏସଆଇଟି ସମ୍ମୁଖରେ ଖୋଦ ଅଭିଯୁକ୍ତ ସ୍ବୀକାର କରିଛି । ହତ୍ୟାକାଣ୍ଡ ଦିନ ନାବାଳିକା ଅଭିଯୁକ୍ତ ଘରକୁ କୋଳି ଖାଇବାକୁ ଆସିଥିଲା । ଏହି ସମୟରେ ଅଭିଯୁକ୍ତଙ୍କ ଘରେ କେହି ନଥିବା ବେଳେ ସମୟର ସୁଯୋଗ ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିଲା । ତେବେ ସେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବାବେଳେ ନାବାଳିକା ଚିତ୍କାର କରିବାରୁ ତା' ତଣ୍ଟି ଚିପି ହତ୍ୟା କରିଥିବା କହିଛି । ସବୁଠାରୁ ଚାଞ୍ଚଲ୍ୟକର ହେଉଛି ନାବାଳିକା ମୃତଦେହ ସହିତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ।

ଦୁଷ୍କର୍ମ ପରେ ନାବାଳିକାର ମୃତଦେହ ଓ ପୋଷାକକୁ ଏକ ଅଖାରେ ଭର୍ତ୍ତି କରି ଘର ପଛ ପାର୍ଶ୍ବରେ ଥିବା ପୋଖରୀରେ ଫିଙ୍ଗିଥିଲା । ତେବେ ଘରକୁ ଫେରିବା ପରେ ନାବାଳିକାର ଅନ୍ୟ କିଛି ପୋଷାକ ରହିଯାଇଥିବାରୁ ତାକୁ ପୁଣି ପୋଖରୀରେ ଫିଙ୍ଗିଥିଲା । ସେହି ପୋଷାକକୁ ଜବତ କରିବା ପାଇଁ SIT ଟିମ ପୋଖରୀ ଶୁଖାଇବା ପ୍ରକ୍ରିୟା ଜାରି ରିଖିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details