ନୟାଗଡ:ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ କଲେଜ ଛାତ୍ରର ଆଜି ରିମାଣ୍ଡ ଅବଧି ଶେଷ ହେବ । ଏସଆଇଟି ଅଭିଯୁକ୍ତକୁ 3 ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ତାର ଅବଧି ସରୁଛି । ଫଳରେ ଆଜି ପୁଣି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ।
ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଧିକ ପ୍ରମାଣ ସଂଗ୍ରହ ପାଇଁ ଏସଆଇଟି ଅଭିଯୁକ୍ତ କଲେଜ ଛାତ୍ରକୁ ରିମାଣ୍ଡରେ ନେଇଥିଲା । ଏହି ସମୟରେ ଏସଆଇଟି ଅନେକ ତଥ୍ୟ ହାସଲ କରିଥିବା ଜଣାପଡିଛି । ରିମାଣ୍ଡ ସମୟରେ ଅଭିଯୁକ୍ତ ଠାରୁ ସୂଚନା ପାଇ ଟ୍ରଙ୍କରେ ଥିବା ଗାମୁଛାକୁ ଜବତ କରିଛି ଏସଆଇଟି ।