ଓଡିଶା

odisha

ETV Bharat / state

କୋଭିଡ଼ କଟକଣା ମଧ୍ୟରେ ଶେଷହେଲା ନୟାଗଡ କାଳୀ ପୂଜା ଓ ଭସାଣି

କୋଭିଡ଼ କଟକଣା ମଧ୍ୟରେ ଶେଷ ହେଲା ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳୀ ପୂଜା ଓ ଭସାଣି । ପଢନ୍ତୁ ଅଧିକ....

By

Published : Nov 15, 2020, 10:57 PM IST

କୋଭିଡ଼ କଟକଣା ମଧ୍ୟରେ ଶେଷ ହେଲା ନୟାଗଡ କାଳୀ ପୂଜା ଓ ଭସାଣି
କୋଭିଡ଼ କଟକଣା ମଧ୍ୟରେ ଶେଷ ହେଲା ନୟାଗଡ କାଳୀ ପୂଜା ଓ ଭସାଣି

ନୟାଗଡ: ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ କାଳୀ ପୂଜା ଓ ଭସାଣି ଅନୁଷ୍ଠିତ ହୋଇଛି । ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ରଣପୁର ବ୍ଲକ ଗୋପାଳପୁର କାଳୀପୂଜା ମଣ୍ଡପରେ ମହା ଆଡମ୍ବରରେ କାଳୀପୂଜା ଅନୁଷ୍ଠିତ ହୋଇଥାଏ । ସାତଦିନ ବ୍ୟାପୀ ରାତ୍ରୀ ସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଚଳିତ ବର୍ଷ ପ୍ରଶାସନିକ କଟକଣା ଯୋଗୁ ମୂର୍ତ୍ତୀର ଆକାର ଛୋଟ କରାଯାଇଅଛି ।

ସେହିପରି ସମସ୍ତ ସାସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି ।କଟକଣା ଅନୁଯାଇ ମଧ୍ୟ ରାତ୍ରରେ କେବଳ କର୍ତ୍ତା ପୁରୋହିତ ଓ ଜଣେ ସହଯୋଗୀଙ୍କୁ ନେଇ ପୂଜା ଏବଂ ଭସାଣି ଅନୁଷ୍ଠିତ ହୋଇଥିଲା । ମଣ୍ଡପ ଆଗରେ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତି ନଥିବାରୁ ପୂଜା ସ୍ଥଳ ଖାଲି ଖାଲି ଲାଗୁଥିଲା । ନିରାଡାମ୍ବର ଭାବେ ପୂଜା ହେଉଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉନଥିବା ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details