ନୟାଗଡ:ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସ୍ଥାଣୁ ପାଲଟିଛି ପୋଲିସ ପ୍ରଶାସନ l ସଂପୃକ୍ତ ଅଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ ପୋଲିସ । ଏହାର ପ୍ରତିବାଦରେ ଟାଉନ ଥାନା ଆଗରେ ଗତକାଲି ଅପରାହ୍ନରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ସାମ୍ବାଦିକମାନେ ।
ନୟାଗଡରେ ଖବର ସଂଗ୍ରହ ସମୟରେ 2 ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସଆଇ ଧନଞ୍ଜୟ ପାତ୍ର ଆକ୍ରମଣ କରିଥିଲେ l ସମ୍ପୃକ୍ତ ଏସଆଇଙ୍କୁ ତୁରନ୍ତ ଗିରଫ ଦାବି କରି ଅହୋରାତ୍ର ଟାଉନ ଥାନା ଆଗରେ ଅନଶନ କରିଥିଲେ l ଆଜି ଏନେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରତିବାଦ କରିଛନ୍ତି l କିନ୍ତୁ ସମ୍ପୃକ୍ତ ଏସଆଇକୁ ଏଯାବତ ଗିରଫ କରାଯାଇନାହିଁ l ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ ନୟାଗଡ଼ ସାମ୍ବାଦିକ ସଂଘ ଆନ୍ଦୋଳନ କରିବ କହିଛି ।